Videos
|
Ratha Yatra 2025

ନଗର ପରିକ୍ରମା କରିବେ ଦେବ ଦମ୍ପତ୍ତି

Smruti Parija
Browse all articles by Smruti Parija
·1 year ago·1 min read
 ନଗର ପରିକ୍ରମା କରିବେ ଦେବ ଦମ୍ପତ୍ତି

Key Points

ପବିତ୍ର ଚମ୍ପକ ଦ୍ବାଦଶୀ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି

ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ

ପବିତ୍ର ଚମ୍ପକ ଦ୍ବାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁଆଲି ନୀତି । ସନ୍ଧ୍ୟାରେ ନଗର ପରିକ୍ରମା କରିବେ ଦେବ ଦମ୍ପତ୍ତି । ଆଜି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ନିରାଡମ୍ବରରେ ସମ୍ପର୍ଣ୍ଣ ହେବ । ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ପ୍ରଥମେ ଶ୍ରୀନଅର ଓ ପରେ ଜମ୍ବେଶ୍ଵର ମହାଦେବଙ୍କ ପାଖକୁ ଯିବେ ଦେବ ଦମ୍ପତ୍ତି।


ଗତକାଲି ହୋଇଥିଲା ରୁକ୍ମିଣୀ ବିବାହ । ବିବାହ କରିଥିଲେ ଶ୍ରୀଦେବୀ ଓ ମଦନ ମୋହନ । ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଚମ୍ପକ ଦ୍ଵାଦଶୀ ନୀତି ପାଳିତ ହୋଇଥାଏ । ପରମ୍ପରା ଅନୁଯାୟୀ ରୁକ୍ମିଣୀ ବିବାହ ପର ଦିନ ମହାପ୍ରଭୁଙ୍କ ଗୁଆଲି ଉତ୍ସବ ଅନୁଷ୍ଠିତ ହୁଏ । ଏହିଦିନ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଭିତରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥାଏ । ଘଟୁଆରୀ ଚନ୍ଦନ ଘୋର ଘର ଠାରୁ ରୂପା ପିଙ୍ଗଣରେ ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ସର୍ବାଙ୍ଗ ନୀତିରେ ଲାଗି କରାଇଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାପରେ ବେଶ ବଢି ମଧ୍ୟାହ୍ନ ଧୂପ ନୀତି କରାଯାଏ । ତତ୍ପରେ ବର କନ୍ୟା ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ରତ୍ନସିଂହାସନକୁ ବିଜେ କରି ସେଠାରେ ବନ୍ଦାପନା ହୋଇଥାଏ । ବନ୍ଦାପନା ନୀତି ସରିବା ପରେ ବର - କନ୍ୟା ଆଜ୍ଞାମାଳ ପ୍ରଦାନ କରାଯାଏ ଓ ସେଠାରେ ମହାଜନ ସେବକମାନେ ବିଜେ କରାଇ ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି ।

guali-rituals-to-be-performed-in-puri-temple-today | Argus News