ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହେଲା ହେରାପଂଚମୀ ନୀତି

Key Points
ରାଗିଲେ ମା’ ଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ ରଥ
ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହେଲା ହେରାପଂଚମୀ ନୀତି
ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ମା' ମହାଲକ୍ଷ୍ମୀ
ରାଗିଲେ ମା’ ଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ ରଥ। ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହେଲା ହେରାପଂଚମୀ ନୀତି । ପରମ୍ପରା ମୁତାବକ ମା’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ପବିତ୍ର ହେରାପଞ୍ଚମୀ ନୀତି ପାଳିତ ହୋଇଛି। ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ।
ମାଆ ବିମଳାଙ୍କ ପରାମର୍ଶକ୍ରମେ ମାଆ ମହାଲକ୍ଷ୍ମୀ ମୋହିନୀଚୂର୍ଣ୍ଣ ଧରି ଘଣ୍ଟ, ଛତା, କାହାଳୀ ସହ ପାଟପଟୁଆରରେ ପାଲିଙ୍କିରେ ଶ୍ରୀମନ୍ଦିରରୁ ବାହାରିଥିଲେ। ବଡ଼ଦାଣ୍ଡର ଵିଭିନ୍ନ ସ୍ଥାନରେ ପନ୍ତି ଭୋଗ ପରେ ମା ନନ୍ଦିଘୋଷ ରଥ ନିକଟରେ ପହଞ୍ଚିଥିଲେ।
📱 Get Argus News App
✨ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତିମହାପାତ୍ର ସେବାୟତ କାଠଘୋଡା ଉପରେ ଚଢ଼ି କର୍ପୂର ବନ୍ଦାପନା, ବଳିତା ବନ୍ଦାପନା, ଚାଉଳ ବନ୍ଦାପନା, ବିଡ଼ିଆ ମଣୋହି କରିବା ପରେ ଗୁଣ୍ଡିଚା ମନ୍ଦିର ଜଗମୋହନକୁ ଯାଇ ମା' ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ପ୍ରାପ୍ତି ହୋଇଥିଲେ । ସନ୍ଧ୍ୟାଧୂପ ପାଇଁ ଟେରା ପଡ଼ିଥିବାରୁ ଦର୍ଶନ ନକରି ଦହିପଟି ମଣୋହି ପରେ ନନ୍ଦିଘୋଷ ରଥର ଖଣ୍ଡ ଅଂଶ ଭାଙ୍ଗି ନାକଚଣା ଦ୍ବାର ଦେଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଛନ୍ତି ମା' ମହାଲକ୍ଷ୍ମୀ ।