ଆଗେଇ ଚାଲିଛି ରଥକାମ

ଚ୍ଚାଲିଛିରଳଚଞ୍ଚଳ ରଥଖଳା । ଭୋଇ,କମାର,ବିଶ୍ଵକର୍ମାଙ୍କୁ ମିଶାଇ ପ୍ରାୟ ୭୦ ସେବକଙ୍କୁ ନେଇ ଚାଲିଛି ରଥ ନିର୍ମାଣ କାମ । ପ୍ରାୟ ୪୦ ଗୋଟି ତୁମ୍ବର କାର୍ଯ୍ୟ ଶେଷ ହୋଇଛି । ଆଜି ବିନ୍ଧ ଅନୁକୂଳ ହେବ । ଆବଶ୍ୟକ ୬/୭ ଇଞ୍ଚିଆର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କଟିଂ କରିଛନ୍ତି ଓଝା ମହାରଣା ସେବକ ।
ଆବଶ୍ୟକ ୬/୭ ଇଞ୍ଚିଆ ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କଟିଂ କରିଛନ୍ତି ଓଝା ମହାରଣା ସେବକ ।
📱 Get Argus News App
✨ଅକ୍ଷୟତୃତୀୟାଠୁ ଆରମ୍ଭ ହୋଇଛି ରଥକାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଭୋଇ ସେବକମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳି ରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ । ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ଚନ୍ଦନଯାତ୍ରା । ଗରମ ଦାଉରୁ ରକ୍ଷା ପାଇବା ପାଇଁ ଚାପ ଖେଳୁଛନ୍ତି ମହାପ୍ରଭୁ ।