Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

Jagannath Temple / ବାଇଶି ପାହାଚର କ'ଣ ରହିଛି ମାହାତ୍ମ୍ୟ, ଦେଖନ୍ତୁ ଏହି ଭିଡିଓ

Smruti Parija
Browse all articles by Smruti Parija
·1 year ago·2 min read
ବାଇଶି ପାହାଚର କ'ଣ ରହିଛି ମାହାତ୍ମ୍ୟ, ଦେଖନ୍ତୁ ଏହି ଭିଡିଓ
Jagannath Mohaprabhu

Key Points

ଶ୍ରୀମନ୍ଦିରରେ ବାଇଶି ପାହାଚ ଅନ୍ୟତମ || ବାଇଶି ପାହାଚ ମୁକ୍ତିର ପଥ || ମୁଣ୍ଡରେ ମାରିଦେଲେ ବାଇଶି ପାହାଚ ଧୂଳି ଲାଗେ ଜଗା ଦର୍ଶନ ସାର୍ଥକ ହୋଇଗଲା

ବାଇଶି ପାହାଚ..ଏହାକୁ ଛୁଇଁବା, ଏହାର ଧୂଳିକୁ ମଥାରେ ମାରିବା, ଏଥିରେ ଗଡି ଗଲେ ଲାଗେ ଜଗା ଦର୍ଶନ ସାର୍ଥକ ହେଇଗଲା । ବାଇଶି ପାହାଚ ମୁକ୍ତିର ପଥ । ପ୍ରତ୍ୟେକଟି ପାହାଚର ରହିଛି ସ୍ୱତନ୍ତ୍ର ମହିମା ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପାର ମହିମା ବୃଦ୍ଧି ପାଇଁ ଶ୍ରୀମନ୍ଦିରର ଯେଉଁ ଅଂଶଗୁଡିକ ଅଧିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି ତା ମଧ୍ୟରୁ ବାଇଚି ପାହାଚ ହେଉଛି ଅନ୍ୟତମ ।

ସିଂହଦ୍ୱାଗ ଗୁମୁଟରୁ ମନ୍ଦିର ମଦ୍ୟକୁ ପ୍ରବେଶ କରିବା ନିମନ୍ତେ ଯେଉଁ ପାହାଚମାନ ପଡିଥାଏ ତାହାର ନାମ ବାଇଶି ପାହାଚ । ସବୁ ପାହାଚର ନିର୍ମାଣ ବଉଳମାଳ ଓ ଶାଣି ପଥରରେ ହୋଇଛି ।
ପ୍ରତ୍ୟେକ ପାହାଚକୁ ନିର୍ଦ୍ଧିଷ୍ଟ ନାମରେ ମଧ୍ୟ ନାମିତ କରାଯାଇଛି । ସେଗୁଡିକ ହେଉଛି...

Watch Nowବାଇଶି ପାହାଚ ମୁକ୍ତିର ପଥ, ପ୍ରତ୍ୟେକଟି ପାହାଚର ରହିଛି ସ୍ୱତନ୍ତ୍ର ମହିମା...| Jaga Bisayare Janiba Katha

ତୀବ୍ରା, କମୁଦବତୀ, ମନ୍ଦା, ଛନ୍ଦୋବତୀ, ଦୟାବତୀ,ରଞ୍ଜନୀ,ରତିକା, ରୌଦ୍ରା,କ୍ରୋଧା,ବଦ୍ରିକା, ପ୍ରସାରଣୀ,ବ୍ରତୀ,ମାର୍ଜନୀ,କ୍ଷିତି,ରିକ୍ତା,ସାନ୍ଦିପନୀ,ଅଜପନି, ମଦନ୍ତି,ରମ୍ୟା, ଉଗ୍ରା ଓ କ୍ଷୋଭିନୀ ।

ସେହିପରି ବାଇସି ପାହାଚର ପ୍ରଥମ ପାହାଚରୁ ହରିନାମ କୀର୍ତ୍ତନ ଓ ଶ୍ରବଣର ପ୍ରେରଣା ମିଳେ । କୁଭାଷାରୁ ନିବୃତ୍ତ ରହିବା ପାଇଁ ଶିକ୍ଷା ଦେଇଥାଏ ଏହି ପାହାଚ ।

  • ଦ୍ୱିତୀୟଟି ଯୋଡ ହସ୍ତରେ ଜଗତପିତାଙ୍କୁ ପ୍ରଣାମ କରିବାକୁ ଉପଦେଶ ପ୍ରଦାନ କରେ ।
  • ତୃତୀୟଟି ପାଦରେ ଚାଲି ଚାଲି ମହାପ୍ରଭୁଙ୍କୁ ଦର୍ଶନ କରିବା
  • ଚତୁର୍ଥଟିର ଉଦ୍ଦେଶ୍ୟ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ପରାମର୍ଶ
  • ପଞ୍ଚମଟି ଯୋଗ ସାଧନାର ପ୍ରତୀକ
  • ଷଷ୍ଠ ସମାନତା ନୀତିକୁ ସମ୍ମାନ ଜଣାଏ
  • ସପ୍ତମ ମିଥ୍ୟା ବର୍ଜନ ଓ ସତ୍ୟାନୁସରଣ କଲେ ମହାପ୍ରଭୁଙ୍କ ଦର୍ଶନ ଲାଭ ହେବ
  • ଆଷ୍ଟମ ପାହାଚରେ ନୀଳଚକ୍ରକୁ ସ୍ମରଣ କରି ଦାରୁ ବ୍ରହ୍ମଙ୍କ ଦର୍ଶନ ଫଳବତୀ ହୋଇଥାଏ
  • ନାରୀମାନେ ନବମ ପାହାଚରେ ବ୍ରାହ୍ମଣମାନଙ୍କୁ ଦାନ, ଦକ୍ଷିଣା ଦେଲେ ବୈଧବ୍ୟ ଓ ବନ୍ଧ୍ୟା ଦୋଷରୁ ମୁକ୍ତି ହୁଅନ୍ତି ।
  • ଦଶମ ପାହାଚରେ ପିଣ୍ଡଦାନ କଲେ ପିତୃଲୋକ ଶାନ୍ତ ହୁଅନ୍ତି । ଭକ୍ତମାନେ ଏହି ପାହାଚରେ ବସି ଜପ, ତପ, ଧ୍ୟାନ କଲେ ମୁକ୍ତି ମିଳେ ।
  • ଏକାଦଶ ପାହାଚରେ ବସି ପୁତ୍ରସନ୍ତାନ କାମନା କରାଯାଏ
  • ପଞ୍ଚଦଶ ପାହାଚର ମହାତ୍ମ୍ୟ ହେଲା କ୍ରୋଧ ନାଶ
  • ଷୋଡଶରେ ସମର୍ପଣ ଭାବ ଓ ସପ୍ତଦଶରେ ମାୟ-ମୋହ ଦୂର ହୁଏ ।
  • ଅଷ୍ଟାଦଶ ପାହାଚରେ ପାଦ ଦେଇ ପ୍ରଭୁଙ୍କୁ ସ୍ମରଣ କଲେ ମନରୁ ଆସକ୍ତି ଦୂର ହୋଇଥାଏ ।
  • ଉନବିଂଶରେ କାମନାର ବିନାଶ ଓ ବିଂଶତମରେ ତମ ଗୁଣର ବିନାଶ ହୁଏ
  • ଏକବିଂଶତମରେ ରଜୋଗୁଣର ବିନାଶ ସହିତ ଭକ୍ତମାନଙ୍କ ଭଗବତ୍ ପ୍ରାପ୍ତିରେ ସହାୟକ ହୋଇଥାଏ
  • ଦ୍ୱାବିଂଶତିତମ ପାହାଚ ଯାହା ସତ୍ତ୍ୱଗୁଣର ତ୍ୟାଗ ନିମନ୍ତେ ଆଗ୍ରହ ସୃଷ୍ଟି କରେ
  • ବାଇଶି ପାହାଚ ଅତିକ୍ରମ କଲେ ଭକ୍ତ ପ୍ରଭୁଙ୍କ ନିକଟତର ହେବା ସଙ୍ଗେ ସଙ୍ଗେ ମଣିଷପଣିଆର ସମସ୍ତ ଉତ୍ତମ ଗୁଣ ହାସଲ କରିବାକୁ ସମର୍ଥ ହୋଇଥାଏ ।

ପିତୃ ଲୋକ ଆମର ଦେବତା ଆସନରେ ବିରାଜମାନ । ତେଣୁ ବାଇଶି ପାହାଚରେ ପିତୃଲୋକଙ୍କୁ ଶ୍ରାଦ୍ଧ-ସୁମନ ଅର୍ପଣ କଲାବେଳେ ଆମେ ଦେବତା ଓ ଋଷିମାନଙ୍କୁ ଅର୍ଘ୍ୟ ପ୍ରଦାନ କରିଥାଉ । ତେଣୁ ବାଇଶି ପାହାଚର ତତ୍ତ୍ୱ ଆମମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ଆସୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ବାଇଶି ପାହାଚର କ'ଣ ରହିଛି ମାହାତ୍ମ୍ୟ, ଦେଖନ୍ତୁ ଏହି ଭିଡିଓ | Argus News