ମହାପ୍ରଭୁଙ୍କର ଆଜି ରାଜେନ୍ଦ୍ରାଭିଷେକ ନୀତି, ଆସନ୍ତାକାଲି ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ

Key Points
ମହାପ୍ରଭୁଙ୍କର ଆଜି ରାଜେନ୍ଦ୍ରାଭିଷେକ ନୀତି
ବେଢା ପରିକ୍ରମା କରିବେ ମଦନମୋହନ
ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜି ରାଜେନ୍ଦ୍ରାଭିଷେକ ନୀତିରେ ଅନୁଷ୍ଠିତ ହେବ । ସଂଧ୍ୟାଧୂପ ନୀତି ଶେଷ ହେବାପରେ ଆଜ୍ଞାମାଳ ପାଇ ମଦନମୋହନ ଖଟ ଉପରକୁ ବିଜେ କରିବେ । ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଜଗମୋହନ ଭିତର ଅନ୍ଧାର କରାଯିବ । ମହାପ୍ରଭୁଙ୍କ ଆଲଟ ଲାଗି ନୀତି ସରିବା ପରେ ଡଗର ଆସି ମଦନମୋହନଙ୍କ ନିକଟରେ ରୁକ୍ମିଣୀ ବିବାହ ପ୍ରସ୍ତାବ ଜଣାଇବେ । ତା'ପରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ସରି ସୁସଜ୍ଜିତ ରଥରେ ମଦନମୋହନ ଘଣ୍ଟ, ଛତା, କାହାଳି ଓ ପଟୁଆର ମଧ୍ୟରେ ଶ୍ରୀମନ୍ଦିର ବେଢା ପରିକ୍ରମା କରିବେ । ଆସନ୍ତାକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ ।
ସେପଟେ ରଥଯାତ୍ରା ପାଖେଇ ଆସୁଥିବାବେଳେ ଆଗେଇ ଚାଲିଛି ରଥକାମ । ଆଉ କିଛି ସମୟ ପରେ ରତଖଳା ପରିଦର୍ଶନ କରି ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ ପରେ ଶ୍ରୀମନ୍ଦିର ଯିବା ସମ୍ଭାବନା ରହିଛି । ମହାପ୍ରଭୁଙ୍କ ଆଶୀଷ ନେବାପରେ ସେଠାରୁ ରଥଖଳାକୁ ଯାଇ ରଥନିର୍ମାଣ କାର୍ଯ୍ୟର ତଦାରଖ କରିବାର କାର୍ଯ୍ୟକ୍ରମ ରହିଛି ।
📱 Get Argus News App
✨୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ୧୪ ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ,ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲାଗିବ । ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦେବେ ଦ୍ଵିତୀୟ ହରିବୋଲ । ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ,ତିନି ରଥର ବେଦ୍ଦୀ ସିଂହାସନ ଜଗତପୂର୍ଷ୍ଠ ଶେଣୀ ର ଚଉପଟ କାର୍ଯ୍ୟ ,ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।