Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାପ୍ରଭୁ, କାଲିଠୁ ବାହାରିବ ଆଡପ ଅବଢା

Smruti Parija
Browse all articles by Smruti Parija
·1 year ago·1 min read
ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ମହାପ୍ରଭୁ, କାଲିଠୁ ବାହାରିବ ଆଡପ ଅବଢା

Key Points

ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂରତି

ଆଜି ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ

ଆସନ୍ତାକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ

ଆଜି ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂରତି । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ କପଟ କରି ବଡଦାଣ୍ଡରେ ଅଟକିଥିବା ବିଶ୍ୱନିୟନ୍ତା ଲୀଳାମୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ,ମା' ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ବଡ ଠାକୁର ବଳଭଦ୍ର ଙ୍କ ତଳଧ୍ବଜ ଗତକାଲି ଶରଧାବାଲିରେ ପହଞ୍ଚିଛି। ଗତକାଲି ସମସ୍ତ ତିନି ରଥ ଶରଧାବାଲିରେ ଲାଗିବା ପରେ ହଜାର ହଜାର ଭକ୍ତ ରଥାରୂଢ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦୁର୍ଲଭ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।


ଗତକାଲି ଠାରୁ ଶରଧାବାଲି ଠାରେ ଲାଗିଛି ଭକ୍ତଙ୍କ ଭିଡ । ଉତ୍ସବମୁଖର ହୋଇ ପଡିଥିଲା ଶରଧାବାଲି । ଲକ୍ଷାଧିକ ଭକ୍ତ ତିନି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି । ଆଜି ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟାଧୂପ ସରିବା ପରେ ଘୋଡାଫିଟା, ଚାରମାଳ ବନ୍ଧା, ପୁଷ୍ପାଞ୍ଜଳି ହେବା ପରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡପମଣ୍ଡପକୁ ବିଜେ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏହି ନୀତି ସନ୍ଧ୍ୟା ପୂର୍ବରୁ ସାରିବାକୁ ପ୍ରସ୍ତୁତି ହୋଇଛି । ଆଜି ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ରହିବେ । ସେଠାରେ ଭକ୍ତଙ୍କୁ ଦର୍ଶନ ଦେବେ । ଆସନ୍ତାକାଲିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ବାହାରିବ। ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବଢା ପାଇପାରିବେ । ଗତକାଲିଠାରୁ ଶରଧାବାଲି-ଶ୍ରୀଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ତିନି ରଥରେ ରଥାରୂଢ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାରିକେଡ୍ ଲଗାଯାଇଛି ।

Sponsored
lord-to-visit-the-adap-mandap-by-goti-pahandi-today | Argus News