Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ମହାପ୍ରଭୁଙ୍କ ଟଙ୍କ ତୋରାଣି ଓ ପଖାଳ ଭୋଗରେ ଥାଏ ପର୍ଯ୍ୟାପ୍ତ ପରିମାଣର ପ୍ରୋବାୟୋଟିକ୍

Smruti Parija
Browse all articles by Smruti Parija
·1 year ago·4 min read
ମହାପ୍ରଭୁଙ୍କ ଟଙ୍କ ତୋରାଣି ଓ ପଖାଳ ଭୋଗରେ ଥାଏ ପର୍ଯ୍ୟାପ୍ତ ପରିମାଣର ପ୍ରୋବାୟୋଟିକ୍

Key Points

ମହାପ୍ରସାଦରେ ଥାଏ 60 ପ୍ରତିଶତ ଶ୍ୱେତସାର
20 ପ୍ରତିଶତ ପୁଷ୍ଟିସାର
20 ପ୍ରତିଶତ ସ୍ନେହସାର ଓ ତନ୍ତୁ
ମହାପ୍ରଭୁଙ୍କ ଟଙ୍କ ତୋରାଣିରେ ଓ ପଖାଳ ଭୋଗରେ ଥାଏ ପର୍ଯ୍ୟାପ୍ତ ପରିମାଣର ପ୍ରୋବାୟୋଟିକ୍

ମହାପ୍ରସାଦ ପାଇବା ଆମ ପାଇଁ ସୌଭାଗ୍ୟର କଥା । ଯାହାକୁ ତୁଣ୍ଡରେ କାଇ ମୁଣ୍ଡରେ ମାରିଲେ ପେଟ, ମନ ସବୁ ଶାନ୍ତି ହୋଇଯାଏ । ମନ ପ୍ରଫୁଲ୍ଲିତ ହୋଇଯାଏ । ଲାଗେ ଆମ ପ୍ରଭୁଙ୍କ କୃପା ଆମ ଉପରେ ଅଛି ।



ମହାପ୍ରସାଦକୁ ସେବନ କରିବାକୁ ଖାଲି ସାଧାରଣ ମଣିଷମାନେ ଆକୁଳ ହୁଅନ୍ତିନି ବରଂ ...ସ୍ୱର୍ଗ, ମର୍ତ୍ତ୍ୟ ପାତାଳଦେଶରେ ରହିଥିବା ସମସ୍ତ ଦେବାଦେବୀ ପ୍ରତିଦିନ ଶ୍ରୀମନ୍ଦିର ଆସି ମହାପ୍ରସାଦ ପାଇଥାଆନ୍ତି । ଯାହାକୁ ମା' ଲକ୍ଷ୍ମୀ, ଶ୍ରୀଜଗନ୍ନାଥଙ୍କ ପାଇଁ ପ୍ରତ୍ୟେକ ଦିନ ନିଜହାତରେ ରାନ୍ଧିଥାନ୍ତି ।


ଜୀବନକାଳ ମଧ୍ୟରେ ତୀର୍ଥ ଦ୍ୱାରା ପୁରୀ, ଦ୍ୱାରକା, ବଦ୍ରିନାଥ ଓ ରାମେଶ୍ୱରମ ଚାରିଧାମ ପରିଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ମନେ କରାଯାଏ । ପୁରାଣଶାସ୍ତ୍ରର ବର୍ଣ୍ଣନାନୁଯାୟୀ, ଭଗବାନ ଶ୍ରୀବିଷ୍ଣୁ ତ୍ରେତୟା ଯୁଗରେ ନିର୍ମିତ ରାମେଶ୍ୱରମରେ ସ୍ନାନ କରିଥାଆନ୍ତି...ସତ୍ୟଯୁଗରେ ନିର୍ମିତ ବଦ୍ରିନାଥ ଧାମରେ... ତପସ୍ୟା କରିଥାଆନ୍ତି...ଆଉ କଳିଯୁଗରେ ପ୍ରତିଷ୍ଠିତ ପୁରୀସ୍ଥିତ ଶ୍ରୀକ୍ଷେତ୍ରଧାମରେ ଭୋଜନ କରିଥାଆନ୍ତି । ଶେଷରେ ଦ୍ୱାପରଯୁଗରେ ନିର୍ମିତ ଦ୍ୱାରକାଧାମରେ ଶୟନ କରିଥାଆନ୍ତି । ମାତ୍ର ଯେହେତୁ ଭଗବାନ ଶ୍ରୀବିଷ୍ଣୁ ଶ୍ରୀକ୍ଷେତ୍ରରେ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରୂପରେ ବିଦ୍ୟମାନ, ଏଠାରେ ପ୍ରତ୍ୟେକ ଦିନ ଭଗବାନ ମହାଲକ୍ଷ୍ମୀଙ୍କ ନିଜହାତରେ ରନ୍ଧା ମହାପ୍ରସାଦ ଭୋଜନ କରିଥାଆନ୍ତି ।


ମହାପ୍ରସାଦର ଅର୍ଥ କ'ଣ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହା ଅର୍ଥ ମହାନ୍ ବା ମହତ ଏବଂ ପ୍ରସାଦର ଅର୍ଥ ଚେତ ପ୍ରସାଦୟନ୍ତି ପ୍ରସାଦ । ଅର୍ଥାତ ଯେଉଁ ମହାନ ଅନ୍ନ ପାନ ଦ୍ୱାରା ଆମର ଚେତନାଶକ୍ତିକୁ ଶକ୍ତି ଯୋଗା ଯାଇଥାଏ । ତାହା ହିଁ ପ୍ରଭୁଙ୍କ ମହାପ୍ରସାଦ । ଅର୍ଥାତ ଯେଉଁ ମହାନ ଅନ୍ନ ପାନ ଦ୍ୱାରା ଆମର ଚେତନା ଶକ୍ତିକୁ ଯୋଗା ଯାଇଥାଏ, ତାହା ହିଁ ପ୍ରଭୁଙ୍କ ମହାପ୍ରସାଦ । ଆଉ ଆମ କାଲିଆର ମହାପ୍ରସାଦ 56 ପ୍ରକାରର । ସେଥିପାଇଁ ଆମେ ଏହାକୁ କୁହନ୍ତି 56 ଭୋଗ । ଏହା ଛଅ ପ୍ରକାରର ଶଙ୍ଖୁଡି ଏବଂ ଆରଟି ଶୁଖିଲା । ଏହି ଛପନ ଭୋଗରେ ଅନ୍ନର ନଅ ପ୍ରକାର ଭୋଗ ହୋଇଥାଏ । ସାଧାରଣତଃ ଅନ୍ନ ଛଡା କାନିକା, ଘିଅ, ଅନ୍ନ , ଖେଚୁଡି ଏବଂ 4 ପ୍ରକାରର ପଖାଳ ହୋଇଥାଏ । ମିଠା ବ୍ୟଜ୍ଞନ ପୁଣି 12 ପ୍ରକାରର । ପିଠା ଓ ମଣ୍ଡା, ଦୁଗ୍ଧଯାଦ ପ୍ରସାଦ 9 ପ୍ରକାର । ତରକାରୀ 14 ପ୍ରକାର ଏବଂ ତରକାରୀ ମଧ୍ୟରେ 3 ପ୍ରକାର ଡାଲି, ଡାଲମା, ଶାଗ, ରାଇତା , ବେସର, ଖଟା, ପିତା, ମିଠା ଆଦି ତିଆରି ହୋଇଥାଏ । ଏହା ଛଅ ରସ ବିଶିଷ୍ଟ । ଅନ୍ନକୁ ପୁଣି ଆୟୁର୍ବେଦରେ ବ୍ରହ୍ମ ବୋଲି କୁହାଯାଇଛି ।


ଜଗନ୍ନାଥଙ୍କ ଆହର ତିନି ପ୍ରକାର । ଯେପରି ସାତ୍ତ୍ୱିକ, ରାଜସିକ, ଓ ତାମସିକ । ସାତ୍ତ୍ୱିକ ସଦ୍ ବୁଦ୍ଧି ଓ ସତମାର୍ଗ ଏବଂ ନିରୋଗ କରିଥାଏ । ତାମସିକ ଆହାର ଜଡତା ଏବଂ ଆଳସ୍ୟ ସୃଷ୍ଟି କରିଥାଏ । ଆହାର ଦ୍ୱାରା ରୋଗ ହୋଇଥାଏ ଓ ସେହି ଆହର ଦ୍ୱାରା ରୋଗ ନିରାକରଣ ଓ ସୁସ୍ଥ ନିରାମୟ ଜୀବନ ମଧ୍ୟ ହୋଇଥାଏ । ଜଗନ୍ନାଥଙ୍କ ମହାପ୍ରସାଦରେ କୌଣସି ପାଶ୍ଚାତ୍ୟ ଦ୍ରବ୍ୟ ପଡିନଥାଏ । ଯେପରି ଆଳୁ, ବିଲାତି, ବାଇଗଣ, ଲଙ୍କା ଇତ୍ୟାଦି । ଲଙ୍କା ବଦଳରେ ଗୋଲମରିତ ବ୍ୟବହୃତ ହୋଇଥାଏ । ଏହି ମହାପ୍ରସାଦ ଛଅ ନୈବେଦ୍ୟ ରୂପରେ ପରଷା ଯାଇଥାଏ । ସକାଳର ଗୋପାଳବଲ୍ଲଭ ଠାରୁ ଆରମ୍ଭ କରି ରାତ୍ରୀର ବଡ ଶୃଙ୍ଗାର ଭୋଗ ଅତ୍ୟନ୍ତ ଆନନ୍ଦର ସହିତ ଭକ୍ତମାନେ ସେବନ କରିଥାନ୍ତି ।


ତାଙ୍କର ଶୁଖିଲା ଅନ୍ନ ଭୋଗ ନିର୍ମାଲ୍ୟ ରୂପରେ ମିଳିଥାଏ, ଯାହା ଆମର ସକାଳ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଆମେ ସ୍ନାନ ସାରି ପ୍ରଥମେ ନିର୍ମାଲ୍ୟ ପାଇଥାଉ । ଏହି ନିର୍ମାଲ୍ୟକୁ ଆମେ ସବୁବେଳେ ପାଖରେ ରଥି ସମସ୍ତଙ୍କୁ ବାଣ୍ଟି ଆନନ୍ଦ ପାଇଥାଉ । ଆଉ ଏହି ନିର୍ମାଲ୍ୟ ଆମ ଶରୀର ଅସ୍ଥି, ମଜ୍ଜା, ମେଦ, ଶୁକ୍ର ଓ ଓଜସ୍ କୁ ପୁଷ୍ଟ କରିଥାଏ ।


ମହାପ୍ରସାଦର ଶୁଖିଲା ଭୋଗ ପିଠା ଓ ମଣ୍ଡାରେ ଗାଇ ଘିଅ ବ୍ୟବହାର କରାଯାଇଥାଏ । ଯାହା ଆମ ମେଧାଶକ୍ତିକୁ ସମୃଦ୍ଧ କରିବା ସହ ଶରୀରର ଔଜ୍ଜ୍ୱଲ୍ୟକୁ ଠିକ୍ କରିଥାଏ । ମହାପ୍ରସାଦରେ ଥାଏ 60 ପ୍ରତିଶତ ଶ୍ୱେତସାର । 20 ପ୍ରତିଶତ ପୁଷ୍ଟିସାର ।20 ପ୍ରତିଶତ ସ୍ନେହସାର ଓ ତନ୍ତୁ । ମହାପ୍ରଭୁଙ୍କ ଟଙ୍କ ତୋରାଣିରେ ଓ ପଖାଳ ଭୋଗରେ ଥାଏ ପର୍ଯ୍ୟାପ୍ତ ପରିମାଣର ପ୍ରୋବାୟୋଟିକ୍ ।
ଆଦୁର୍ବେଦ ଦୃଷ୍ଟିକୋଣରୁ ଦେଖିଲେ ମହାପ୍ରସାଦ ହେଉଛି ଏକ ସନ୍ତୁଳିତ ଆହାରର ପରିକଳ୍ପନା । ଯାହା ଆମମାନଙ୍କୁ କେବଳ ପରିପୁଷ୍ଟ କରେନି ଆମ ଚିନ୍ତନରେ ସକରାତ୍ମକ ମନୋଭାବ ଆଣେ । ଆମକୁ ସଦବୁଦ୍ଧି ଦିଏ , ସତ୍ ମାର୍ଗରେ ପରିଚାଳିତ କରେ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ । ଖାଲି ସେତିକି ନୁହେଁ ଆମକୁ ସତ୍ ଜ୍ଞାନ ଦେଇ ଦୀର୍ଘାୟୁ କରେ ।


ଧାନରୁ ଚାଉଳ ଏବଂ ସେହି ଚାଉଳରୁ ହିଁ ପ୍ରସ୍ତୁତ ହୋଇଥାଏ ମହାପ୍ରସାଦ ବା ଅବଢା । ଯେଉଁ ‘ଚାଉଳ’ କେବଳ ଶ୍ରୀଜଗନ୍ନାଥଙ୍କ ରୋଷ ଘରେ ରନ୍ଧାଯାଏ, ତାକୁ ‘ଅମୁଣିଆ’ ‘ଅନ୍ନ’ କୁହାଯାଏ । ସେହି ଚାଉଳକୁ ରାନ୍ଧି ସାରିଲା ପରେ ତାକୁ କେବଳ ଅନ୍ନ କହନ୍ତି । ସେହି ରନ୍ଧା ‘ଅନ୍ନ’ ଯେତେବେଳେ ରୋଷଘରୁ ବାହାରକୁ ଆସେ ସେତେବେଳେ ଏହାକୁ ‘ଛେକ’ କହନ୍ତି । ଯେତେବେଳେ ଏହା ଭୈରବୀ ଚକ୍ରରେ ରହେ, ସେତେବେଳେ ଏହାକୁ ‘ଭୋଗ’ ବୋଲି କୁହନ୍ତି । ଯେବେ ‘ଭୋଗ’କୁ ତିନି ଠାକୁରଙ୍କ ପାଖରେ ଲାଗି ହୁଏ ସେତେବେଳେ ଏହା ‘ନୈବେଦ୍ୟ ‘କୁହାଯାଏ । ଏହି ‘ନୈବେଦ୍ୟ’ ଯେତେବେଳେ ମାଆ ବିମଳା ଠାକୁରାଣୀଙ୍କ ପାଖରେ ଲାଗି ହୋଇଯାଏ, ସେତେବେଳେ ଏହା ‘ମହାପ୍ରସାଦ’ ବୋଲି କୁହାଯାଇଥାଏ । ଏହି ‘ମହାପ୍ରସାଦ’ ଯେତେବେଳେ ପଞ୍ଚ ପରମେଶ୍ୱରଙ୍କ ଆଗରେ ରହିଥାଏ ସେତେବେଳେ ଏହାକୁ ‘କୈବଲ୍ୟ’ ବୋଲି କୁହାଯାଏ । ‘କୈବଲ୍ୟ’କୁ ଯେତେବେଳେ ଭକ୍ତମାନେ ଖାଆନ୍ତି, ସେତେବେଳେ ଏହା ‘ଅବଢା’ ବୋଲି କୁହାଯାଏ । ‘ଅବଢା’ର ଯେକୌଣସି ଛଡ଼ା ଯାଇଥିବା ଅଂଶକୁ ଶୁଖାଇ ରଖିଲେ ତାହାକୁ ‘ନିର୍ମାଲ୍ୟ’ ବୋଲି କୁହାଯାଏ । ଏହାହିଁ ଶ୍ରୀମନ୍ଦିରର ବୈଚିତ୍ର‌୍ୟତା ।

Sponsored
mahaprabhus-tanka-torani-and-pakhal-bhog-contain-sufficient-amounts-of-probiotics | Argus News