ରଥଯାତ୍ରା 2025: ସେବକ ହେବେ ସମନ୍ୱିତ, ନୀତି ହେବ ସଅଳ ଓ ଶୃଙ୍ଖଳିତ

Key Points
ସେବକ ହେବେ ସମନ୍ୱିତ
ନୀତି ହେବ ସଅଳ ଓ ଶୃଙ୍ଖଳିତ
ତୁଟିବ ସେବକ ବିବାଦ
ତ୍ରୁଟିଶୂନ୍ୟ ହେବ ରଥଯାତ୍ରା
ସେବକଙ୍କ ଅସୁବିଧା ଦୂର ହେବ
ଏସପି କହିଲେ, ନୀତି ଓ ଦର୍ଶନ ଶୃଙ୍ଖଳାର ଗୁରୁ ଦାୟିତ୍ଵ ନେବେ ସେବକ
ଖୁଣ୍ଟିଆ, ଦଇତା, ସୁଆର ସମସ୍ତ ସେବାୟତଙ୍କୁ ଏକାଠି କରି ମତ ନେଇଛନ୍ତି ପୁରୀ ଏସପି । ନୀତି ସଅଳ ଓ ଶୃଙ୍ଖଳିତ ହେଲେ ଦର୍ଶନ ହେବ ଶୃଙ୍ଖଳିତ । ଆଉ ଏ ସମସ୍ତ ଗୁରୁ ଦାୟିତ୍ଵକୁ ସେବକଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି ଏସପି । ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ପହଣ୍ଡି, ଶୃଙ୍ଖଳିତ ହେବ ନୀତି । ସମସ୍ତ ସେବକଙ୍କ ଅସୁବିଧା ଶୁଣିବା ସହ ପ୍ରତିଶ୍ରୁତି ଦେଇଛନ୍ତି ଏସପି । ଏବେ ଭକ୍ତ ଙ୍କୁ ସେବକ ଓ ପ୍ରଶାସନ ନୂଆ ଅନୁଭୁତି ଦେବା ନେଇ ଚାଲିଛି ପ୍ରସ୍ତୁତି ।
ସେପଟେ ଚଳିତ ସ୍ନାନ ଯାତ୍ରା ଓ ରଥଯାତ୍ରାରେ ଜଗିବେ ଆଣ୍ଟି କ୍ରାଇମ୍ ୟୁନିଟ୍ । ସାଧା ପୋଷାକରେ ରହି ଅପରାଧ ରୋକିବ ଏହି ସ୍ବତନ୍ତ୍ର ୟୁନିଟ୍ । ୭୦ ପ୍ଲାଟୁନ ଫୋର୍ସ,୪ ଏସପି ରାଙ୍କ ଅଧିକାରୀଙ୍କ ସମେତ ୪୫୦ ଜଣ ଅନ୍ୟ ଅଧିକାରୀ ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ। ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ରହିବ ମୁଖ୍ୟ ଉଦ୍ଦେଶ୍ୟ । ଧାଡ଼ି ରେ ଯାଇ ସହଜ ଦର୍ଶନ କରିବେ ଶ୍ରଦ୍ଧାଳୁ । ରଥ ଖଳା ରେ ମଧ୍ୟ ଗରଗରା କାମ ଚାଲିଛି । ସ୍ନାନ ଯାତ୍ରା ପୂର୍ବରୁ ରଥକୁ ଚାରି ନାହକା ଉଠିବା ପାଇଁ ହୋଇଛି ପ୍ରସ୍ତୁତି ।
📱 Get Argus News App
✨ଚଳିତବର୍ଷ ରଥଯାତ୍ରାରେ ଭକ୍ତ ଙ୍କୁ ନୂଆ ଅନୁଭୁତି ଦେବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ଆସନ୍ତା ୯ ତାରିଖରେ ଦ୍ଵିତୀୟ ରଥ ସମନ୍ଵୟ ବୈଠକରେ ରଥଯାତ୍ରା ପାଇଁ ଟିପ୍ସ ଦେବେ ଆଇନମନ୍ତ୍ରୀ ।