ସ୍ନାନଯାତ୍ରା; କେଉଁ ରାସ୍ତାରେ ଗଲେ ଭିଡରୁ ବର୍ତ୍ତିବେ ସହଜରେ ଦର୍ଶନ କରିବେ ଜାଣନ୍ତୁ...

Key Points
ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଶ୍ରୀକ୍ଷେତ୍ର
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ AI ମାଧ୍ୟମରେ ନିୟନ୍ତ୍ରଣ କରାଯିବ
ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବ ଶ୍ରୀକ୍ଷେତ୍ର । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ AI ମାଧ୍ୟମରେ ନିୟନ୍ତ୍ରଣ କରାଯିବ । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭିତରେ, ବାହାରେ, ଟ୍ରାଫିକ, ଭିଡ ନିୟନ୍ତ୍ରଣ, ପର୍ଯ୍ୟଟକ ସହଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରିଛି ପୁରୀ ପୋଲିସ । ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ ୭୦ ପ୍ଲାଟୁନ ପୋଲିସ ଫୋର୍ସ, ୪ ଏସପି, ୪୫୦ ବରିଷ୍ଠ ପୋଲିସ ଅଧିକାରୀ । ଶ୍ରୀମନ୍ଦିର ଭିତରେ ଜଣେ ଏସପିଙ୍କ ସହ ୩୪ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଶ୍ରୀମନ୍ଦିର ବାହାରେ ଭିଡ ନିୟନ୍ତ୍ରଣ ପାଇଁ ୨ ଜଣ ଏସପିଙ୍କ ସହିତ ୨୪ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଟ୍ରାଫିକ ସୁପରିଚାଳନା ପାଇଁ ଜଣେ ଏସପିଙ୍କ ସହ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭକ୍ତ ପର୍ଯ୍ୟଟକମାନଙ୍କ ସହଯୋଗ ପାଇଁ ଜଣେ ଅତିରିକ୍ତ ଏସପି ସହିତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।
ସ୍ନାନପୂର୍ଣ୍ନିମା ପାଇଁ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ଆଡଭାଇଜାରି ଜାରି । 10 ତାରିଖ ସଂଧ୍ୟାରୁ ମେଡିକାଲ ଛକଠାରୁ ଶ୍ରୀମନ୍ଦିର ଯାଏଁ ଚାରିଚକିଆ ଯାନ ଉପରେ କଟକଣା ରହିଛି । ଦୁଇ ଚକିଆ ଯାନ ପାଇଁ ମୁନିସପାଲଟି ମାର୍କେଟ କମ୍ପ୍ଲେକ୍ସରେ ବ୍ୟବସ୍ଥା । ଭୁବନେଶ୍ୱର ଆଡୁ ଚାରିଚକିଆ ଯାନରେ ଆସୁଥିବା ଯାତ୍ରୀ ମାନେ ଜେଲରୋଡ ଏବଂ ଶରଧାବାଲିରେ ପାର୍କିଂ, କୋଣାର୍କ ଆଡୁ ଆସୁଥିବା ଯାତ୍ରୀଙ୍କ ପାଇଁ ଶରଧାବାଲି ପାର୍କିଂ ବ୍ୟବସ୍ଥା, ବ୍ରହ୍ମଗିରି ଆଡୁ ଆସୁଥିବା ଯାତ୍ରୀ ମାନେ ଯାତ୍ରୀକାରେ ପାର୍କିଂ କରିପାରିବେ । ପୋଲିସ ପକ୍ଷରୁ ଜାରି କରାଯାଇଥିବା ଟ୍ରାଫିକ ଆଡଭାଇଜାରିକୁ ଅନୁପାଳନ କରିବା ପାଇଁ ପୁରୀ ଏସପିଙ୍କ ଅନୁରୋଧ । ପୁରୀ ପୋଲିସ ପକ୍ଷରୁ ଭକ୍ତଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସହିତ ପର୍ଯ୍ୟାପ୍ତ ମାତ୍ରାରେ ଲାଇଫଗାର୍ଡ ମୁତୟନ କରାଯାଇଛି । ପୁରୀ ଏସପି ବିନୀତ ଅଗ୍ରବାଲ ଏନେଇ ସୂଚନା ଦେଇଛନ୍ତି ।