ରଥଯାତ୍ରା 2025: ପୁରୀରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ

Key Points
ଆଗାମୀ 27 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
ଗୁଣ୍ଡିଚା ମନ୍ଦିର ମରାମତି ଅଗ୍ରଗତି କାର୍ଯ୍ୟ ଦେଖିଲେ ମୁଖ୍ୟମନ୍ତ୍ରୀ
ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି
ଆଗାମୀ 27 ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାକୁ ଦୃଷ୍ଟିରେ ରଖି ଆଜି ପୁରୀରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀର ପୌର ସଦନ ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଠି ମୁଖ୍ୟମନ୍ତ୍ରୀଙ୍କ ସମେତ 2 ଉପମୁଖ୍ୟମନ୍ତ୍ରୀ ସାମିଲ ଥିଲେ । ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି ।
ସମନ୍ଵୟ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପାଗ ଅନୁକୂଳ ରହିଥିବାରୁ ରେକର୍ଡ ସଂଖ୍ୟକ ଯାତ୍ରୀ ହେବେ । ସମସ୍ତ ଯାତ୍ରୀଙ୍କ ସହଜ ଓ ସୁବିଧାରେ ପରିବହନ ପାଇଁ ରେକର୍ଡ ସଂଖ୍ୟକ ଯାନବାହାନର ବ୍ୟବସ୍ଥା କରାଯାଇଛି ।
ଷ୍ଟାଫ ଅଭାବକୁ ଆଳ କରାଯାଇ ପାରିବ ନାହିଁ । ଚଳିତ ବର୍ଷ ରଥଯାତ୍ରାକୁ ଉଦାହରଣ ଭାବରେ ସୃଷ୍ଟି କରିବା ପାଇଁ ସମସ୍ତ ବିଭାଗକୁ ଦିଆଯାଇଛି ପରାମର୍ଶ ।ଅପରେସନ ସିନ୍ଦୂର ପରେ ସୁରକ୍ଷା ଉପରେ ରହିଛି ବଡ ଫୋକସ୍ ।ସମ୍ଭାବ୍ୟ ଅଘଟଣ ଏଡାଇବାକୁ ହୋଇଛି ବଡ ପ୍ରସ୍ତୁତି ।ଉଚ୍ଚ ଅଟ୍ଟାଳିକା ଉପରେ ବାଇନା କୁଲାର ସାହାଯ୍ୟରେ ତୀକ୍ଷ୍ଣ ନଜର ରଖାଯିବ ।
📱 Get Argus News App
✨ପ୍ରସ୍ତୁତ ରହିବେ NSG ର ସ୍ନାଇପର ଟିମ୍ ।ଗୁଜବକୁ ପ୍ରତିହତ କରିବାକୁ ହୋଇଛି ବ୍ୟବସ୍ଥା ।ସ୍ବାସ୍ଥ୍ୟ ସେବାରେ ମୋବାଇଲ୍ ହସ୍ପିଟାଲ, ଆକ୍ସିଡେଣ୍ଟ ରିକୋଭରି ଭ୍ୟାନ,ଫ୍ରି ଫ୍ଲୋଇଂ କରିଡ଼ର ବ୍ୟବସ୍ଥା ଉପରେ ଫୋକସ୍ ରହିଛି ।ସମସ୍ତ ଅଘଟଣ ଏଡାଇବା ପାଇଁ ସାଧା ପୋଷାକରେ ମୁତୟନ ରହିବେ ପୋଲିସ୍ ।ବେଳାଭୂମି ଅଘଟଣ ଏଡାଇବା ପାଇଁ ଅଧିକରୁ ଅଧିକ ଲାଇଫ ଗାର୍ଡ ମୁତୟନ ରହିବେ ।ଆକାଶ ମାର୍ଗରୁ କଡା ନଜର ରଖାଯିବା ସହ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ସମସ୍ତ ପ୍ରସ୍ତୁତି ରହିଛି।
ଗୁଣ୍ଡିଚା ମନ୍ଦିର ମରାମତି ଅଗ୍ରଗତି କାର୍ଯ୍ୟ ଦେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶେଷ ରଥ ସମନ୍ୱୟ ବୈଠକ ପରେ ସିଧାସଳଖ ଗୁଣ୍ଡିଚା ମନ୍ଦିର ନିକଟକୁ ଆସି ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଗୁଣ୍ଡିଚା ମନ୍ଦିର ବାହାରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ମୁଖ୍ୟ ଶାସନ ସଚିବ,ପୋଲିସ ଡିଜି ମଧ୍ୟ ବ୍ୟବସ୍ଥାର କଲେ ଅନୁଧ୍ୟାନ।