Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ପାଖେଇ ଆସୁଛି ରଥଯାତ୍ରା, ଜୋରସୋର୍ ରେ ଆଗେଇ ଚାଲିଛି ରଥକାମ

Smruti Parija
Browse all articles by Smruti Parija
·1 year ago·1 min read
ପାଖେଇ ଆସୁଛି ରଥଯାତ୍ରା, ଜୋରସୋର୍ ରେ ଆଗେଇ ଚାଲିଛି ରଥକାମ

Key Points

ପାଖେଇ ଆସୁଛି ରଥଯାତ୍ରା

ଚଳଚଞ୍ଚଳ ରଥ ଖଳା

ସମ୍ପନ୍ନ ହୋଇଛି ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ


ଚଳଚଞ୍ଚଳ ରଥ ଖଳା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଆଗେଇ ଚାଲିଛି ରଥ କାମ । ମହାପ୍ରଭୁଙ୍କ ରଥ ନିର୍ମାଣର ଗୁରୁତ୍ୱପୂର୍ଣ୍ଣ ସୋପାନରେ, ତିନି ରଥର ସମସ୍ତ ଚକ ସହିତ ଅଖ ସଂଯୋଗ ହୋଇଛି l


ସମ୍ପନ୍ନ ହୋଇଛି ସମସ୍ତ ୪୨ ଟି ଯାକ ଚକ ଓ ୨୧ ଅଖ ଡେରା କାର୍ଯ୍ୟ । ତାଳଧ୍ଵଜ ରଥର ୧୪ ଟି ଚକ ସହ ୭ ଅଖ,ଦେବଦଳନ ରଥର ୧୨ ଚକ ସହ ୬ ଅଖ,ଏବଂ ନନ୍ଦିଘୋଷ ରଥର ୧୬ ଚକ ସହ ୮ ଟି ଅଖର ସଂଯୋଗ କାର୍ଯ୍ୟ ଶେଷ ହୋଇଛି । ଏହାପରେ ଅଖରେ ମେଣ୍ଡି ଲାଗିବ । ଚକରେ ବନ୍ଧ ଲାଗିବ । ପାଞ୍ଚ ଦଣ୍ଡା ଉଠିବା ପରେ ଭୋଇ ସେବକ ଦେବେ ଦ୍ଵିତୀୟ ହରିବୋଲ । ସେପଟେ ତିନି ରଥର ଧ୍ୱଜାବତା ନିର୍ମାଣ, ତିନି ରଥର ବେଦ୍ଦୀ ସିଂହାସନ ଜଗତପୃଷ୍ଠ ଶ୍ରେଣୀର ଚଉପଟ କାର୍ଯ୍ୟ ଓ ପ୍ରତି ରଥର ଦୁଇ ଦୁଇଟି ଲେଖାଏଁ ପୋଲ ଗୟଳ କାର୍ଯ୍ୟ ଶେଷ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପାଖେଇ ଆସୁଛି ରଥଯାତ୍ରା । ହାତରେ ମାସକରୁ କମ୍ ସମୟ । ସମୟ ଭିତରେ ପ୍ରସ୍ତୁତି ସାରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ । ଗତ ବର୍ଷ ପହଣ୍ଡି ଅଘଟଣ ପରେ ଏଥର ପହଣ୍ଡି ଶୃଙ୍ଖଳାକୁ ସ୍ବତନ୍ତ୍ର ଫୋକସ୍ ଦେଇ ଚାଲିଛି ସମସ୍ତ ପ୍ରସ୍ତୁତି । ଚଳିତ ରଥଯାତ୍ରା ବ୍ୟବସ୍ଥାବଳୀ ଅନୁଯାୟୀ ଏଥର ନିର୍ଦ୍ଦିଷ୍ଟ ସେବକଙ୍କୁ ନେଇ ହେବ ପହଣ୍ଡି । କେଉଁ ନିଯୋଗରୁ କେତେ ସେବକ ରହିବେ ସେନେଇ ସଂଖ୍ୟା ଧାର୍ଯ୍ୟ ହେବ । ହେଲେ ପ୍ରକୃତରେ ଏହାର କାର୍ଯ୍ୟାନ୍ଵୟନ କିପରି ହେବ ସେନେଇ ଖସଡ଼ା ପ୍ରସ୍ତୁତ କରୁଛି ପ୍ରଶାସନ ।

Sponsored