Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

RathaJatra2025:୩୩ତମ ଦିନରେ ଚଳଚଞ୍ଚଳ ରଥଖଳା

Smruti Parija
Browse all articles by Smruti Parija
·1 year ago·1 min read
RathaJatra2025:୩୩ତମ ଦିନରେ ଚଳଚଞ୍ଚଳ ରଥଖଳା

Key Points

ଚଳଚଞ୍ଚଳ ରଥଖଳା

ଦର୍ପଦଳନ ରଥର ଚଉପଟ ଗୋଲେଇ କାର୍ଯ୍ୟ ସରିଛି

ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାମ ଶେଷ

୩୩ତମ ଦିନରେ ଚଳଚଞ୍ଚଳ ରଥଖଳା । ଶେଷ ହୋଇଛି ତିନି ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଦଣ୍ଡା ଫ୍ରେମର ବିଭିନ୍ନ ଅଂଶଗୁଡ଼ିକର ନମ୍ୱରିଂ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ କାର୍ଯ୍ୟ । ଦଣ୍ଡା ଫ୍ରେମ ଖୋଲାଯାଇ, ଶ୍ରୀଜୀଉମାନଙ୍କର ପାଞ୍ଚଦଣ୍ଡାରେ ଲାଗିଥିବା ଅଂଶ ଗୁଡ଼ିକର କାପ, କଳଶା ଓ ବିନ୍ଧକାର୍ଯ୍ୟ ସମ୍ପନ୍ନ ହେବ । ପୂର୍ବାହ୍ନରେ ତିନିରଥ ଚକଅଖ ସଂଯୋଗ ସହ ଚକ ଥାକ ହୋଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହେବ । ସୋମବାର ତିନି ରଥର ଚାରିଟି ଲେଖାଏଁ ଧ୍ୱଜବତା ନିର୍ମାଣ ଶେଷ ହୋଇଛି ।


ତିନିରଥର ବେଦି ସିଂହାସନ ଜଗତପୃଷ୍ଠ ସେଣିର ଚଉପଟ କାମ, ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ଦୁଇଟି ପୋଲ ଗୟଳର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ମହାରଣା ସେବକମାନେ ଧୂଳିଦଣ୍ଡାର ଚଉପଟ ପରେ ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି । ମହାପ୍ରଭୁଙ୍କ ଅନବସର ଗୃହ ପ୍ରସ୍ତୁତ ପାଇଁ ତାଳଧ୍ୱଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନିଟି ଅଣସର ଗୟଳ ଚଉପଟ ଓ ତାର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୂପକାର ସେବକମାନେ ତିନି ରଥ ନାଟ ଗୋଡ଼ରେ ଖୋଦେଇ ଓ ଚିତ୍ରାଙ୍କନ କାର୍ଯ୍ୟ ଜାରି ରଖିଛନ୍ତି । କରତୀ ସେବକ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ ପରେ ଦର୍ପଦଳନ ରଥର ୪୦ ଫୁଟିଆ ଧଉରା ପୋଲ ଗୟଳ କାଠର ଉଭୟ ପାର୍ଶ୍ୱରେ ଚିତାକାର୍ଯ୍ୟ ଜାରି ରଖିଛନ୍ତି । ଓଝା ସେବକ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଗରଗରା କଣ୍ଟା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି । ଆଜି ୨୦୫ ଜଣ ସେବକ ରଥ ନିର୍ମାଣ ସେବା ଯୋଗାଇଛନ୍ତି ।

Sponsored
ratha-yatra-2025-chariot-work-process-is-going-on-33-day | Argus News