Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ବିଶ୍ୱ ନିଅନ୍ତାଙ୍କ ସ୍ୱାଗତ ପାଇଁ...ଝୋଟି ଚିତାରେ ଝଟକୁଛି ବଡଦାଣ୍ଡ

Smruti Parija
Browse all articles by Smruti Parija
·1 year ago·2 min read
ବିଶ୍ୱ ନିଅନ୍ତାଙ୍କ ସ୍ୱାଗତ ପାଇଁ...ଝୋଟି ଚିତାରେ ଝଟକୁଛି ବଡଦାଣ୍ଡ

Key Points

ଆସିବେ ମହାବାହୁ

ରତ୍ନବେଦୀ ଛାଡି ବାହୁଡି ଆସିବେ ଭକ୍ତଙ୍କ ପାଖକୁ

ମନ ମୋହୁଛି ପାରମ୍ପରିକ ଝୋଟି ଚିତା

ଆଉ ଦିନ କେଇଟା ପରେ ବିଶ୍ୱ ନିଅନ୍ତାଙ୍କ ରଥଯାତ୍ରା । ଏଥର ରଥଯାତ୍ରାକୁ ଦିବ୍ୟ ଓ ଭବ୍ୟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋର ସୋର୍ ରେ ଚାଲିଛି । ସବୁଠୁ ବେଶୀ ମନ ମୋହୁଛି ପାରମ୍ପରିକ ଝୋଟି ଚିତା । ଝୋଟି ଚିତାରେ ଝଟକୁଛି ବଡ ଦାଣ୍ଡ । ସେହିପରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ମଧ୍ୟ ଝୋଟି ଚିତାରେ ଖୁବ ଆକର୍ଷଣୀୟ ଲାଗୁଛି ।




ଭାବର ଠାକୁର ସେ କାଳିଆ ସାଆନ୍ତ । ଭକ୍ତଙ୍କ ଭକ୍ତିରେ ସେ ବନ୍ଧା । ରତ୍ନବେଦୀ ଛାଡି ବାହୁଡି ଆସିବେ ଭକ୍ତଙ୍କ ପାଖକୁ । ଆଉ ତାଙ୍କର ସ୍ୱାଗତ ପାଇଁ ଏ ସାଜ ସଜ୍ଜା । ସମସ୍ତେ ଉତ୍ସାହିତ । ସମସ୍ତେ ପୁଲକିତ । ସମସ୍ତ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସିଂହଦ୍ୱାର ଚକଡାରେ ରଙ୍ଗ ବେରଙ୍ଗର ଆକର୍ଷଣୀୟ ଝୋଟି ଚିତା ଏବେ ସମସ୍ତଙ୍କ ମନ ମୋହୁଛି ।


ରଥରେ ମହାପ୍ରଭୁ ବିଜେ କରିବା ପୂର୍ବରୁ, ରଥ ଚାଲିବା ପରେ, ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଶୋଧ ଓ ନିୟନ୍ତ୍ରିତ କରିବା ପାଇଁ ଗଠିତ ହୋଇଛି ସ୍ବତନ୍ତ୍ର ଟିମ୍ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରଥ ଉପରେ ମୋବାଇଲ୍ ବାରଣ,ରଥକୁ ଶୋଧ ,ଅନଧିକୃତ ସେବକଙ୍କୁ ବାରଣ ଇତ୍ୟାଦିକୁ ନେଇ ସ୍ୱତନ୍ତ୍ର ଟିମ୍ କୁ ଦାୟିତ୍ଵ ଦିଆଯାଇଛି ।




ଅନଧିକୃତ ସେବକ ବା ଛଦ୍ମବେଶୀ ରଥରେ ଚଢିଲେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ତୁରନ୍ତ କିପରି ରଥ ଶୋଧ କରାଯିବ । ରଥ ରେ କେତେ ସଂଖ୍ୟକ ସେବକ ଚଢ଼ିବେ,ସହାୟକ ମାନେ କେତେବେଳେ ଚଢ଼ି ପାରିବେ । ରଥରେ କେତେ ସଂଖ୍ୟକ ସେବକ ଚଢ଼ିବେ, ସହାୟକମାନେ କେତେବେଳେ ଚଢ଼ି ପାରିବେ ସେ ସମସ୍ତ କଥା ନେଇ ଆଲୋଚନା ହୋଇଛି ।


ରଥଯାତ୍ରା ପାଇଁ ଜେନେରାଲ ପୋଲିସ ବ୍ରିଫିଂ।ଡିଜି ପୋଲିସ ଙ୍କ ଅଧ୍ୟକ୍ଷତାରେ ପୁରୀ ପୌର ସଦନରେ ଅନୁଷ୍ଠିତ ହେଉଛି ଏହି ବ୍ରିଫି ବା ବ୍ୟବସ୍ଥାବଳୀ ସଂକ୍ଷିପ୍ତ ।


ସେପଟେ ରଥଯାତ୍ରା ପାଇଁ ମୁତୟନ ହେବେ ୧୦ ହଜାରରୁ ଉର୍ଦ୍ଧ୍ଵ ସୁରକ୍ଷାକର୍ମୀ । ସହରରେ ଆକ୍ଟିଭ ମୋଡରେ କାର୍ଯ୍ୟ କରିବେ ଆଣ୍ଟି ସାବୋଟେଜ୍ ଟିମ୍ । ସମସ୍ତ ଜାଗାରେ ମୁତୟନ ରହିବେ ଆଣ୍ଟି ଟେରୋରିଷ୍ଟ ଟିମ୍ । ଜଳ ସ୍ଥଳ ଆକାଶ ପଥରୁ ତୀକ୍ଷ୍ମ ନଜର ରହିବ । ମୁତୟନ ରହିବ ସ୍ପେଶିଆଲ tactical unit ର ବଜ୍ର ଗାଡ଼ି ରକ୍ଷକ ପ୍ଲସ । ସହର ଓ ସହର ବାହାରେ ଟ୍ରାଫିକ ମୋବିଲିଟି ପ୍ଲାନ୍ । ସହରରେ ୫୩ ଟି ଓ ସହର ବାହାରେ ରହିବ ୧୭ ଟି ଏଡ୍ ପୋଷ୍ଟ । ଇନ ସାଇଡ ଟ୍ରାଫିକକୁ ୪ ଟି ଭାଗରେ ବିଭକ୍ତ କରାଯିବା ସହ ୪୨ ସେକ୍ସନ ଫୋର୍ସ ମୁତୟନ ହେବ । କୁମ୍ଭାରପଡ଼ା, ମାଳତିପାଟପୁରରେ କାମ କରିବ ଦୁଇଟି ଟ୍ରାଫିକ କଣ୍ଟ୍ରୋଲ ରୁମ୍ ।

Sponsored
ratha-yatra-2025-preparation-on-full-swing | Argus News