ପହି ଅନୁକୂଳ ପରେ ଆଜି ପ୍ରସ୍ତୁତ ହେବ ତିନି ରଥର ନାହାକା ଚକ

Key Points
ଆଗେଇ ଚାଲିଛି ରଥକାମ
ଆଗେଇ ଚାଲିଛି ରଥକାମ । ବିଶ୍ୱକର୍ମାମାନେ ରଥଖଳାରେ 3ଟି ପହି ଅନୁକୂଳ କରିଛନ୍ତି । ପହିରେ ବିନ୍ଧ, ସିଙ୍ଗଡାରେ ପହି ସଂଯୋଗ, ଓ ତୁମ୍ବରେ ପନ୍ଦାରି ଏବଂ ବଳା ପିନ୍ଧା କାର୍ଯ୍ୟ ଅନୁକୂଳ ହୋଇଯାଇଛି ।
ପ୍ରଥମେ ପୂଜାର୍ଚ୍ଚନା କରାଯାଇ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇସେବକ ବିଲେଇ ବାଡିଆ ପଦ୍ଧତିରେ ସିଙ୍ଗଡା ଓ ପହିକୁ ସଂଯୋଗ କରିଛନ୍ତି । ଯନ୍ତାପଟାରେ ପଡି ସିଙ୍ଗଡାକୁ ପହି ପିନ୍ଧାଇ ଖୁସିଅର ଲଗାଯାଉଛି । ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେବ । ଆଜି ତିନି ରଥର ନାହାକା ଚକ ପ୍ରସ୍ତୁତ ହେବ ।
ନିର୍ମାଣକାରୀଙ୍କ ଟାର୍ଗେଟ ଏବେ ଠାକୁରଙ୍କ ଭଉଁରୀ ଉତ୍ସବ । ତିନି ରଥରେ ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଅଖ ସଂଯୁକ୍ତ ହେବ । ଏଣୁ ରଥଖଳାରେ ଚକ ପ୍ରସୁତିକୁ ଯୋର ଦିଆଯାଉଛି ।
📱 Get Argus News App
✨ଗୋଟିଏ ଚକ ପାଇଁ 8 ଜଣ ଭୋଇ ସେବକ ଓ 4 ଜଣ ପ୍ରାୟ ବିଶ୍ୱକର୍ମା ଏହି କାମ କରିଥାନ୍ତି । 4 ଜଣ ଭୋଇ ସେବକ ବିଲେଇ ବାଡିଆରେ ଓ ଅନ୍ୟ 4 ଜଣ ଚକକୁ ଘୁରାଇ ରଥ ଚକ ପ୍ରସ୍ତୁତ ହୋଇଥାଏ ।
ସେହିପରି ରଥ ଚାଳିରେ ରଥର ଗୁଜ, କୁଡୁକା, ଜଳଯନ୍ତ୍ର ଆଦି କାମ ଚାଲିଛି । ବିଶ୍ୱକର୍ମାଙ୍କ ଚାହିଦା ଅନୁସାରେ ଲୁହା ସାମଗ୍ରୀ ଯୋଗାଉଛନ୍ତି ।