Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ମହାପ୍ରଭୁଙ୍କ ହଳଦୀପାଣି ନୀତି, ଆସନ୍ତାକାଲିଠୁ ଭିତର ଚନ୍ଦନ ଯାତ୍ରା

Ratha Yatra 2025

ଆଜି ମହାପ୍ରଭୁଙ୍କ ହଳଦୀପାଣି ନୀତି, ଆସନ୍ତାକାଲିଠୁ ଭିତର ଚନ୍ଦନ ଯାତ୍ରା

Smruti Parija
Browse all articles by Smruti Parija
·12 months ago·2 min read
ଆଜି ମହାପ୍ରଭୁଙ୍କ ହଳଦୀପାଣି ନୀତି, ଆସନ୍ତାକାଲିଠୁ ଭିତର ଚନ୍ଦନ ଯାତ୍ରା

Key Points

ଦୋଳେଚ ଦୋଳଗୋବିନ୍ଦ

ଚାପେଚ ମଧୁସୂଦନ

ରଥେତୁ ବାମନଂ ଦୃଷ୍ଟା

ପୁନର୍ଜନ୍ମ ନ ଲଭ୍ୟତେ

ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତ ଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିଥାନ୍ତି । ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସରିଥିବାବେଳେ କାଲିଠୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା ।


ଗତକାଲି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ଭକ୍ତଙ୍କ ଗହଳି ଲାଗିଥିଲା। ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନ ପଟୁଆରରେ ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିଛନ୍ତି । ସିଂହଦ୍ୱାର ଠାରୁ ବଡ଼ଦାଣ୍ଡ, ମାର୍କେଟଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା । ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ । କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ । ଏହାପରେ ପୁନଶ୍ଚ ଆସନ୍ତାକାଲି(ବୁଧବାର)ଠାରୁ ୨୧ ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

Sponsored
rathayatra-2025-inside-chandanyatra-to-be-held-from-tomorrow-for-21-days | Argus News