Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Ratha Yatra 2025

ରଥଯାତ୍ରାରେ ଅଂଶୁଘାତ ମୁକାବିଲା; ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍

Smruti Parija
Browse all articles by Smruti Parija
·1 year ago·2 min read
ରଥଯାତ୍ରାରେ ଅଂଶୁଘାତ ମୁକାବିଲା; ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍

Key Points

ରଥଯାତ୍ରାରେ ଅଂଶୁଘାତ ମୁକାବିଲା

ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି 

ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା

ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍

ପାଖେଇ ଆସୁଛି ରଥଯାତ୍ରା । ଆଉ ଦିନକ ପରେ ରତ୍ନବେଦୀ ଛାଡି ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାବାହୁ। ଆଉ ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦିବ୍ୟ ଦର୍ଶନ। ସେଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଏବେ ପ୍ରବଳରୁ ଅତି ପ୍ରବଳ ଗରମ ଓ ଗୁଳୁଗୁଳି ହେଉଛି । ରଥଯାତ୍ରାରେ ହିଟ୍ ଷ୍ଟ୍ରୋକ ବା ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


ସବୁ CHC ଓ PHC ରେ ହିଟ୍ ଷ୍ଟ୍ରୋକ୍ ପାଇଁ FAC ବ୍ୟବସ୍ଥା କରାଯାଇଛି । ଯେଉଁ ସ୍ଥାନରେ AC ନାହିଁ ସେଠାରେ କୁଲର୍ ବ୍ୟବସ୍ଥା କରାଯାଇଛି । ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ORS କର୍ଣ୍ଣର୍ କରାଯାଇଛି । ପୁରୀ ମୁଖ୍ୟ ଚିକିତ୍ସାଳୟରେ ୬ ବେଡେଡ୍ ,ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ୬ ବେଡେଡ,ଜଗନ୍ନାଥ ବଲ୍ଲଭ ପାର୍କିଂରେ ୧୦ ବେଡେଡ୍, ଅବକାଶ ପୋଲିସ ହଲିଡେ ଠାରେ ୬ ବେଡେଡ୍, ଉତ୍ତର ଦ୍ଵାରରେ ହାଇଟେକ୍ ତରଫରୁ ୨୫ ବେଡେଡ୍ ହିଟ୍ ଷ୍ଟ୍ରୋକ୍ ପାଇଁ ବ୍ୟବସ୍ଥା କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଅନବସର ଦର୍ଶନ ପାଇଁ ବ୍ରହ୍ମଗିରି ଓ ରେବଣା ନୂଆଗାଁରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ସ୍ନାନ ପୂର୍ଣ୍ଣିମା ପାଇଁ କାକୁଡି ଖାଇ, ସିଂହଦ୍ୱାର ପ୍ରବେଶ ଦ୍ଵାର ଆଦି ସ୍ଥାନରେ ହିଟ୍ ଷ୍ଟ୍ରୋକ୍ ପାଇଁ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ସ୍ଥାନରେ ORS CORNER ବ୍ୟବସ୍ଥା କରାଯାଇଛି ।


ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରାୟ 70 ପ୍ଲାଟୁନ ପୋଲିସ ଫୋର୍ସ ପୁରୀରେ ମୁତୟନ ହେବାସହ 34 ପ୍ଲାଟୁନ ଶ୍ରୀମନ୍ଦିର ଭିତରେ, 24 ପ୍ଲାଟୁନ ଶ୍ରୀମନ୍ଦିର ବାହାରେ ଏବଂ 8 ପ୍ଲାଟୁନ ଟ୍ରାଫିକ ସୁପରିଚାଳନ ପାଇଁ ମୁତୟନ ହେବେ ବୋଲି ଏସପି କହିଛନ୍ତି । ଏହାସହ ଟ୍ରାଫିକ ଆଡଭାଇଜାରି ମଧ୍ୟ ପୁରୀ ପୋଲିସ ତରଫରୁ ଜାରି ହୋଇଛି ।

Sponsored
special-arrangements-to-combat-heat-stroke-or-heatstroke-during-rath-yatra | Argus News