ରଥଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍ନାଇପର ଟିମ୍, ଭକ୍ତଙ୍କ ପାଇଁ CHAT BOT APP

Key Points
ଏଥର ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ଆଶଙ୍କା ।
ମୁଖ୍ୟ ଫୋକସ୍ରେ ରହିଛି ସୁରକ୍ଷା ବ୍ୟବସ୍ଥା ।
ଅଘଟଣ ଶୂନ୍ୟ ଯାତ୍ରା ପାଇଁ ହୋଇଛି ପ୍ରସ୍ତୁତି ।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ରଥଯାତ୍ରା ସମନ୍ଵୟ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ରଥଯାତ୍ରା ହେଉଛି ଦେଶର ସବୁଠାରୁ ବଡ ଧାର୍ମିକ ଉତ୍ସବ । ତେଣୁ ମୁଖ୍ୟ ଫୋକସ୍ରେ ସୁରକ୍ଷା ରହିଛି । ସମ୍ଭାବ୍ୟ ଅଘଟଣ ଏଡାଇବାକୁ ହୋଇଛି ବଡ ପ୍ରସ୍ତୁତି । ଉଚ୍ଚ ଅଟ୍ଟାଳିକା ଉପରେ ବାଇନ୍ନାକୁଲାର ସାହାଯ୍ୟରେ ତୀକ୍ଷ୍ନ ନଜର ରଖାଯିବ। NSG ଶ୍ନାଇପର୍ ଟିମ୍ ପ୍ରସ୍ତୁତ ରହିବେ । ଅଘଟଣ ଶୂନ୍ୟ ଯାତ୍ରା ପାଇଁ ହୋଇଛି ପ୍ରସ୍ତୁତି ।
ପାଗ ଅନୁକୂଳ ଥିବାରୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଭକ୍ତ ଆସିବେ ବୋଲି ଆକଳନ କରାଯାଉଛି । ରେକର୍ଡ ସଂଖ୍ୟକ ଭକ୍ତଙ୍କ ସହଜ ପରିବହନ ପାଇଁ ହୋଇଛି ରେକର୍ଡ ସଂଖ୍ୟକ ଯାନବାହାନ ବ୍ୟବସ୍ଥା । ଷ୍ଟାଫ ଅଭାବକୁ ପଛରେ ରଖି ଚଳିତ ବର୍ଷ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ସେବାରେ ମୋବାଇଲ୍ ହସ୍ପିଟାଲ, ଆକ୍ସିଡେଣ୍ଟ ରିକଭରି ଭ୍ୟାନ, ଫ୍ରି ଫ୍ଲୋଇଁ କରିଡର, ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା, ଲାଇଫ ଗାର୍ଡ ମୁତୟନ, ଆକାଶ ମାର୍ଗରୁ କଡା ନଜର ରଖାଯିବା ଉପରେ ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ଅଭାବ କୌଣସି ସମ୍ଭାବ୍ୟ କାରଣ ପାଇଁ ଏକ କାରଣ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସମନ୍ଵୟ ବୈଠକରେ ଡିଜିପି କହିଛନ୍ତି, ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ରକୁ ଜଗିଛି ୨୭୫ଟି AI CAMERA । DRONE ସାହାଯ୍ୟରେ ହେବ ଟ୍ରାଫିକ ଓ ଶୃଙ୍ଖଳା ବ୍ୟବସ୍ଥାର ପରିଚାଳନା । CHAT BOT APP ସାହାଯ୍ୟରେ ଭକ୍ତଙ୍କୁ ନୀତି କାନ୍ତି ସୂଚନା, ବିକଳ୍ପ ଟ୍ରାଫିକ ବ୍ୟବସ୍ଥା, ଟ୍ରାଫିକ ରୁଟ ମ୍ୟାପ, ରୋଡ ମ୍ୟାପ ସୂଚନା ଆଦି ଦିଆଯିବ । ୫ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି ।
ମୁତୟନ ରହିବେ କ୍ୱିକ୍ ରେସପନସ ଟିମ୍ । ୧୦ ହଜାରରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ମୁତୟନ କରାଯିବ । ଟ୍ରାଫିକକୁ ୩ ଭାଗରେ ବିଭକ୍ତ କରାଯାଇଛି । ୨୬ ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି। ୪ ଚକିଆ ପାଇଁ ୧୧ଟି, ୨ ଚକିଆ ପାଇଁ ୬ ଟି ପାର୍କିଂ ଚିହ୍ନଟ କରାଯାଇଛି । ୩୯ଟି ଟ୍ରାଫିକ ପୋଷ୍ଟ ପ୍ରସ୍ତୁତ ରହିଛି । ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ ସହ ମିଳିତ ପାଟ୍ରୋଲିଂ କରିବେ ଟିମ୍ । ଜାହାଜରେ ରହିବେ QRT ଟିମ। ସହରର ସମସ୍ତ ସ୍ଥାନରେ ଆଣ୍ଟି ଟେରୋରିଷ୍ଟ ଟିମ୍ ରହିବେ।