ରଥଯାତ୍ରା 2025; ଏକାଧିକ ସ୍ଥାନରେ ରହିବ ଭେହିକିଲ୍ ହୋଲ୍ଡିଂ ଏରିଆ

Key Points
ରଥ ଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଚୂଡ଼ାନ୍ତ
ପ୍ରଥମକରି କାର୍ଯ୍ୟକ୍ଷମ ହେବ integrated command and control room
ପ୍ରଥମଥର DIGITAL NETWORK SYSTEM ବ୍ୟବହାର କରିବ ପୋଲିସ
ପୁରୀରେ ରଥ ଯାତ୍ରା ପାଇଁ ଚୂଡ଼ାନ୍ତ ହେଲା ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ । କୁମ୍ଭମେଳା ଢଙ୍ଗରେ ଏଥର ଟ୍ରାଫିକ ନିୟନ୍ତ୍ରଣ ହେବ । ଏକାଧିକ ସ୍ଥାନରେ ରହିବ ଭେହିକିଲ୍ ହୋଲ୍ଡିଂ ଏରିଆ । ପ୍ରଥମକରି କାର୍ଯ୍ୟକ୍ଷମ ହେବ integrated command and control room । ଚଳିତ ଥର ପ୍ରଥମକରି DIGITAL NETWORK SYSTEM ବ୍ୟବହାର କରିବ ପୋଲିସ । 10 ଟି କମ୍ୟୁନିକେସନ ସିଷ୍ଟମ ମାଧ୍ୟମରେ ଟିମ୍ ୱାଇଜ୍ ହେବ ଟ୍ରାଫିକ ମ୍ୟାନେଜମେଣ୍ଟ ।
ପ୍ରଥମ କରି ନିୟୋଜିତ ହେବେ ୩୦୦ ପ୍ରାଇଭେଟ୍ ସିକ୍ୟୁରିଟି ଏଜେନ୍ସିର କର୍ମକର୍ତ୍ତା । ୱାର୍ ରୁମ୍ ବା କଣ୍ଟ୍ରୋଲ ରୁମ୍ ରୁ ନିୟନ୍ତ୍ରିତ ହେବ ସମସ୍ତ ଟ୍ରାଫିକ ବ୍ୟବସ୍ଥା । ୬ଟି ଏନଫୋରସମେଣ୍ଟ ସ୍କ୍ବାର୍ଡ ଜରିଆରେ ନୋ ପାର୍କିଂ ଏରିଆରୁ ଉଚ୍ଛେଦ କରାଯିବ । ୱାଚ୍ ଟାୱାର ଜରିଆରେ ଯାନବାହନର ଗତିବିଧି ନିୟନ୍ତ୍ରିତ କରାଯିବ । VHF NETWORK SYSTEM ବ୍ୟବହୃତ ହେବ ।
📱 Get Argus News App
✨୮୦ରୁ ଅଧିକ ଏଡ୍ ପୋଷ୍ଟ ରହିବ । FLEXIBILITY ପ୍ଲାନ୍ ଅନୁସାରେ ବିଭିନ୍ନ ପଏଣ୍ଟରେ ଲୋକାଲ ଅଫିସର ମୁତୟନ ରହିବେ । ସେପଟେ ୩ ଭାଗରେ ବିଭକ୍ତ ହୋଇଛି ବ୍ୟବସ୍ଥା । ଷ୍ଟର୍ଲିଂ ହୋଟେଲ, ମାଳତିପାଟପୁର ତାଳବଣିଆରେ ହୋଇଛି ପାର୍କିଂ ବ୍ୟବସ୍ଥା । 21ଟି ପାର୍କିଂ ଲଟ୍ କରାଯାଇଛି । ଟ୍ରାଫିକ୍ ନିର୍ଦ୍ଦେଶାବଳୀ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରିଛି ପୋଲିସ୍ ।