ଆଗେଇ ଚାଲିଛି ୩ ରଥର ନିର୍ମାଣ କାମ

Key Points
ଚଳଚଞ୍ଚଳ ରଥ ଖଳା
ଆଗେଇ ଚାଲିଛି ୩ ରଥର ନିର୍ମାଣ କାମ
ଚଳଚଞ୍ଚଳ ରଥ ଖଳା ଚଳଚଞ୍ଚଳ ରଥ ଖଳା । ଆଗେଇ ଚାଲିଛି ୩ ରଥର ନିର୍ମାଣ କାମ । ଆଜି ପହି ଅନୁକୂଳ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ଜନ୍ତାଗାଡ଼ରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଚାଲିଛି । ଗତକାଲି ନୃସିଂହ ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଥିଲା ଯନ୍ତାଗାଡ । ହୋଇଥିଲା ଗୁଜ ଅନୁକୂଳ । ପରେ ଅର ସହ ତୁମ୍ୱର ସଂଯୋଗୀକରଣ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । ପରମ୍ପରା ମୁତାବକ ଆସନ୍ତା ଭଉଁରୀ ତିଥିରେ ଗୋଟିଏ ଲେଖାଏଁ ରଥର ଦୁଇଟି ଲେଖାଏଁ ଚକ ପ୍ରସ୍ତୁତ ହୋଇଥିବ ।
୨୦୨୫ ରଥଯାତ୍ରା ପାଇଁ ସ୍ବତନ୍ତ୍ର ଫୋକସରେ ରହିଛି । ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି ଡିଜି ପୋଲିସ । ପ୍ରଥମ ଥର କୋଷ୍ଟାଲ୍ ସିକ୍ୟୁରିଟି ପାଇଁ ଡ୍ରୋନ୍ ମୁତୟନ ହୋଇଛି । ରଥଯାତ୍ରାରେ ସମସ୍ତ ସେଣ୍ଟ୍ରାଲ ଏଜେନ୍ସି ସହ ସମନ୍ଵୟକୁ ନେଇ ସମୀକ୍ଷା ହୋଇଛି । କୋଷ୍ଟଗାର୍ଡ, ଇଣ୍ଡିଆନ୍ ନାଭି, ଆର୍ ପି ଏଫ୍ ନେଇ ସମ୍ୱନୟରେ ରଥଯାତ୍ରା ସମ୍ପନ୍ନ ହେବ । AI ଓ ଡ୍ରୋନ ସାହାଯ୍ୟରେ ଭିଡ ନିୟନ୍ତ୍ରଣ ଟ୍ରାଫିକ ନିୟନ୍ତ୍ରଣ । ରେଲୱେ ତରଫରୁ CCTV ସହ ଭକ୍ତଙ୍କ ସମାଗମ ଜାଗାରେ ପୋଲିସ ତରଫରୁ ଲାଗିବ ସିସିଟିଭି । ଜଳ, ସ୍ଥଳ ,ଆକାଶ ମାର୍ଗରୁ ସୁରକ୍ଷା ବ୍ୟବସ୍ଥା ଉପରେ ଫୋକସ ରହିବ ।