ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା

Key Points
ବାହାରିଲା ଆଡ଼ପ ଅବଢ଼ା
ଜୈବିକ ଚାଉଳରେ ପ୍ରସ୍ତୁତ ହେଉଛି ଆଡପ ଅବଢା
ଆଡପ ଅବଢା ପାଇ ବେଶ ଖୁସି ଶ୍ରଦ୍ଧାଳୁ
ବାହାରିଲା ଆଡ଼ପ ଅବଢ଼ା । ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା । ଆଡ଼ପ ମଣ୍ଡପରେ ଦର୍ଶନ ସହ ମହାପ୍ରସାଦ ପାଇଲେ ଭକ୍ତ । ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପରେ ଆଡପ ଅବଢା ପାଇ ଶ୍ରଦ୍ଧାଳୁ ବେଶ ଖୁସି ଅନୁଭବ କରିଛନ୍ତି ।
ସୁବ୍ୟବସ୍ଥିତ ହୋଇ ଚାଲିଛି ଆଡ଼ପ ମଣ୍ଡପ ଦର୍ଶନ । ଜିଲ୍ଲା ପ୍ରଶାସନ ,ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନକୁ ସମର୍ପଣ ମନୋଭାବ ନେଇ କାମ କରିବାକୁ ଅନୁରୋଧ କଲେ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ।
📱 Get Argus News App
✨ସୁରୁଖୁରୁରେ ଚାଲିଛି ଦର୍ଶନ ବ୍ୟବସ୍ଥା । ଆଡ଼ପ ମଣ୍ଡପ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ସେବକ ମାନଙ୍କ ସହ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଆଲୋଚନା କରାଯାଇଛି । ଉଭୟ ବାହାର ଓ ଭିତର ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଭାବରେ ଚାଲିଛି । ବ୍ୟାରିକେଡ଼ ମାଧ୍ୟମରେ ଚାଲିଛି ଦର୍ଶନ । ଟିକେଟଧାରୀଙ୍କ ପାଇଁ ଭିତରେ ସ୍ବତନ୍ତ୍ର ଧାଡ଼ି କରାଯାଇଛି । ଶୃଙ୍ଖଳିତ ଓ ସୁବ୍ୟସ୍ଥିତ ଢଙ୍ଗରେ ଚାଲିଛି ଦର୍ଶନ । ସେହିଭଳି ସୁଆର ମହାସୁଆର ନିଯୋଗ ସହ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା । ଆଜି କିଭଳି ପ୍ରଥମ ଆଡ଼ପ ଅବଢ଼ା ବାହାରିବ ,ସେନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି ।
ମହାପ୍ରଭୁଙ୍କ ପାଖରେ ଲାଗି ହେଉଛି ଜୈବିକ ଚାଉଳରେ ପ୍ରସ୍ତୁତ କୋଠ ଭୋଗ ମହାପ୍ରସାଦ । ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନରେ ପ୍ରଥମ ଆଡ଼ପ ମଣ୍ଡପ ମହାପ୍ରସାଦ ପାଇଛନ୍ତି ଭକ୍ତ । ଆଡ଼ପ ମଣ୍ଡପରେ ୫ ଦିନ ଯାକ ପ୍ରତ୍ୟେକ ଦିନ ଭୋଗ ହେବ ଜୈବିକ ଚାଉଳ ଅମୃତ ଅନ୍ନ । ପ୍ରଥମ ଦିନରେ ଆଜି ଆବଶ୍ୟକ ୮୦ କୁଇଣ୍ଟାଲ୍ ଚାଉଳ ବ୍ୟତୀତ ୨୧ କୁଇଣ୍ଟାଲ ଚାଉଳ ଭକ୍ତଙ୍କ ପାଇଁ ରନ୍ଧା ଯାଇଅଛି । ଏହାକୁ ସୁଲଭ ତଥା ନିୟମିତ ମୂଲ୍ୟରେ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି କହିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ । କୌଣସି ଅସୁବିଧା ହେଲେ ୭୦୦୮୮99୭୭୯ ରେ ଯୋଗାଯୋଗ କରିବାକୁ ସେ ଭକ୍ତଙ୍କୁ ଅନୁରୋଧ କରିଛନ୍ତି । ସେପଟେ ପ୍ରଥମ ଦିନରେ ଆଜି ୧୦ ହଜାର ବରାଦୀ ଭୋଗ ଓ ୪୦ ହଜାର ସର୍ବସାଧାରଣଙ୍କ ପାଇଁ ମହାପ୍ରସାଦ ରନ୍ଧା ଯାଇଛି ବୋଲି ସେ କହିଛନ୍ତି ।