Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Social Media

Viral Video: ଶବ ହୋଇ ପାଣିରେ ଭାସୁଥିଲା.. ପୋଲିସ ଆସିଲା ଯେମିତି ଧାଇଁଲା...

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Viral Video: ଶବ ହୋଇ ପାଣିରେ ଭାସୁଥିଲା.. ପୋଲିସ ଆସିଲା ଯେମିତି ଧାଇଁଲା...

Key Points

ସମ୍ପୂର୍ଣ୍ଣ ଖବରଟି ହେଲା, ଜଣେ ବ୍ୟକ୍ତି ଡ୍ୟାମ୍‌ରେ ପାଖାପାଖି ୨୦ ମିନିଟ ହେବ ଭାସୁଥିବା ଦେଖି ଲୋକେ ପୋଲିସକୁ ଡାକିଥିଲେ । ପୋଲିସ ମଧ୍ୟ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା, ତାପରେ...

ମାନିବାକୁ ପଡ଼ିବ ଏ ମଣିଷକୁ । କି ଚିନ୍ତାଧାରା । ରିଲ୍ସ ନିଶା ସତେ ଯେମିତି ଯୁବ ପିଢ଼ିଙ୍କୁ ବାୟା କରି ସାରିଲାଣି । ରିଲ୍ସ ପାଇଁ ଜୀବନକୁ ବି ବାଜି ଲଗାଇବାକୁ ପଛାଉ ନାହାନ୍ତି ଯୁବକ-ଯୁବତୀ । ସେମାନଙ୍କର ଗୋଟିଏ ଲକ୍ଷ, ଯାହା ହେଉଛି ହୋଇଯାଉ କିନ୍ତୁ ଭ୍ୟୁ ଆସୁ।


ଏହି ରିଲ୍ସ ଚକ୍କରରେ ପୁରା ପୋଲିସ ନାକେଦମ ହୋଇଛି । ମଧ୍ୟପ୍ରଦେଶ ଗ୍ୱାଲିଅରର ବୀରପୁର ଡ୍ୟାମ୍‌ରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଡ୍ୟାମ୍‌ରେ ଏକ ମୃତଦେହ ଭାସୁଥିବା ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସେଠି ପହଞ୍ଚିବା ପରେ ଯାହା ଘଟିଲା, ପୋଲିସ ବିରକ୍ତ ହେବା ସ୍ୱାଭାବିକ୍ ଥିଲା ।


ପୋଲିସ ବିଭାଗ ସାଧାରଣ ଲୋକଙ୍କ ସେବା ପାଇଁ ରହିଛି । ଯଦି କାହାର ଅସୁବିଧା ଥାଏ, ତେବେ ପୋଲିସ ସେଠାରେ ପହଞ୍ଚି ସୁରକ୍ଷା ଦିଏ । କିନ୍ତୁ ଏଠି ପୋଲିସକୁ ଏମିତି କିଛି କାମରେ ସମୟ ନଷ୍ଟ କରିବାକୁ ପଡ଼ୁଛି ଜାଣିଲେ ଯେକୌଣସି ସାଧାରଣ ଲୋକ ତଥା ବୁଦ୍ଧିଜୀବୀ କ୍ରୋଧିତ ହେବା ନିଶ୍ଚିତ ।


ତେବେ ସମ୍ପୂର୍ଣ୍ଣ ଖବରଟି ହେଲା, ଜଣେ ବ୍ୟକ୍ତି ଡ୍ୟାମ୍‌ରେ ପାଖାପାଖି ୨୦ ମିନିଟ ହେବ ଭାସୁଥିବା ଦେଖି ଲୋକେ ପୋଲିସକୁ ଡାକିଥିଲେ । ପୋଲିସ ମଧ୍ୟ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତେ ଭାବିଥିଲେ ମୃତଦେହ ଭାସୁଛି । କିନ୍ତୁ ଯେତେବେଳେ ପୋଲିସ ପହଞ୍ଚିଲା, ସେତେବେଳେ ମଲା ଭଳି ଭାସୁଥିବା ବ୍ୟକ୍ତି ହଠାତ୍‌ ଗତି ଧରିବାକୁ ଲାଗିଲା । ତାପରେ ଡ୍ୟାମ୍‌ରୁ ଡିଆଁ ମାରି ବାହାରିଗଲା । ଆଉ ଅନ୍ୟ ରାସ୍ତାରେ ସେଠାରୁ ଚମ୍ପଟ ମାରିଲା । ହେଲେ ପୋଲିସ ତାକୁ ଗୋଡ଼ାଇ ଧରିଦେଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପୋଲିସ ଘଟଣା ସମ୍ପର୍କରେ ଯେତେବେଳେ ଅଧିକ ଛାନ୍‌ଭିନ୍‌ କରିବା ଆରମ୍ଭ କଲା, ସେତେବେଳେ ଜାଣିବାକୁ ପାଇଲା ଯେ ଯୁବକ ଜଣକ ମାରିବା ଭଳି ଆକ୍ଟିଂ କରୁଥିଲା । ପାଣିରେ ୨୦ ମିନିଟ୍ ପର୍ଯ୍ୟନ୍ତ ଭାସି ରିଲ୍ସ କରୁଥିଲା । ଆଉ ପୋଲିସକୁ ଦେଖିବା ପରେ ଡରି ଧାଇଁ ପଳାଇଲା ।


ଏହି ଘଟଣା ସୋମବାର ଦେଖିବାକୁ ମିଳିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ସମସ୍ତଙ୍କୁ ଚେତାବନୀ ଦେଇଛି । ରିଲ୍ସ ନିଶାରେ ବୁଡ଼ି ରହୁଥିବା ଯୁବପିଢ଼ିଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଛି । ଯଦି ପୁଣିଥରେ ଏଭଳି କୌଣସି ଘଟଣା ପୋଲିସ ନଜରକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପୋଲିସ କହିଛି ।


ଉକ୍ତ ବ୍ୟକ୍ତି ଜଣକ ଟିଙ୍କୁ ସିଂହ ବୋଲି ଜଣାପଡ଼ିଛି । ତାଙ୍କର ବୟସ ୩୦ । ନିର୍ଜୀବ ଭଳି ପାଣିରେ ଭାସୁଥିଲେ । ତାଙ୍କ ମୁହଁ ଉପରକୁ ଥିଲା । ଦେହର ଅଧିକାଂଶ ଅଂଶ ବୁଡ଼ିକି ଥିଲା । ଏହା ଦେଖି ଅନେକ ଲୋକ ଭିଡିଓ ମଧ୍ୟ ରେକର୍ଡ କରିଛନ୍ତି ।

Sponsored
All for an Instagram reel: MP man floats 'dead' in pond for 20 minutes; jolts back to life as cops rush in | Argus News