Viral Video / ସାବଧାନ ! ସାଙ୍ଗରେ ଭଉଣୀକୁ ଧରି ବାହାରକୁ ଗଲେ ବି ଡରାଉଛି ପୋଲିସ...

Key Points
ଏହି ଘଟଣା ୨୪ ଅକ୍ଟୋବର ଦିନ ବିହାର ବରସୋଇ ଅଞ୍ଚଳରେ ଥିବା BR-11 ରେଷ୍ଟୁରାଣ୍ଟରେ ଘଟିଛି ।
ଆପଣ ରେଷ୍ଟୁରାଣ୍ଟ ଯାଇ ଅନେକ ଥର ଖାଇଥିବେ । କେତେବେଳେ ପିତା-ମାତାଙ୍କୁ ସାଙ୍ଗରେ ନେଇଥିବେ ତ କେତେବେଳେ ଗର୍ଲ ଫ୍ରେଣ୍ଡ କିମ୍ବା ସାଙ୍ଗ ସାଥି ବି ପାଖରେ ଥିବେ । ଏମିତିକି ଭାଇ ଭଉଣୀ ମିଶିକି ବାହାରକୁ ଯାଇ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଖାଇବା ମଧ୍ୟ ଆପଣ ଦେଖିଥିବେ । ଏହା ଅତି ସାଧାରଣ କଥା । ହେଲେ ଏମିତି ଅତି ସାଧାରଣ କଥା ବି କେତେବେଳେ କାହା ଆଖିକୁ ଖରାପ ଲାଗିବ ଆପଣ କିଛି ଅନ୍ଦାଜ ବି ଲଗାଇପାରିବେ ନାହିଁ ।
ଏକଥା ଆମେ ଏଇଥିପାଇଁ କହୁଛୁ... କାରଣ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲା ପରେ କୌଣସି ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡ ତ ଦୂରର କଥା ଭାଇ-ଭଉଣୀ ବି ଏକାଠି ବାହାରକୁ ଯିବାକୁ ଡରିଲେଣି । କାରଣ ଆପଣଙ୍କ ସାଥିରେ ଥିବା ଭଉଣୀଙ୍କୁ ପୋଲିସ କେତେବେଳେ ବି ଗର୍ଲଫ୍ରେଣ୍ଡ ବୋଲି ଭାବି ହଇରାଣ କରିପାରେ । ଆପଣଙ୍କୁ ଗାଳିଗୁଲଜ ବି କରିପାରେ । ସମସ୍ତଙ୍କ ସାମ୍ନାରେ ଭାଇ-ଭଉଣୀ ସମ୍ପର୍କକୁ ବି ଖରାପ କରିପାରେ ।
ଆଇନ ଅନୁଯାୟୀ ଯଦି କୌଣସି ଯୁବକ କିମ୍ବା ଯୁବତୀଙ୍କ ବୟସ ୧୮ରୁ ଅଧିକ, ତେବେ ସେ ଏକାଠି ବୁଲିପାରିବେ । ସେ ଭାଇ ଭଉଣୀ ହୁଅନ୍ତୁ କି ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡ କିମ୍ବା ସାଙ୍ଗ ସାଥି । ହେଲେ ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ସମସ୍ତଙ୍କୁ ବିଚଳିତ କରିଛି । ସେଇ ଭିଡିଓ ଯୁବକ-ଯୁବତୀଙ୍କ ମନରେ ଭୟ ସୃଷ୍ଟି କରିଛି ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଦୁଇ ଭାଇ ଭଉଣୀ ଏକ ରେଷ୍ଟୁରାଣ୍ଟରେ ବସି ଖାଇବା ପାଇଁ ଅପେକ୍ଷା କରିଛନ୍ତି । ସେଠାରେ ଅନ୍ୟ ଲୋକମାନେ ମଧ୍ୟ ବସି ଖାଉଛନ୍ତି । ଯିଏ ଯାହା କାମରେ ବ୍ୟସ୍ତ । ହଠାତ୍ ୩-୪ ଜଣ ପୋଲିସ ଅଧିକାରୀ ସେଠାରେ ପହଞ୍ଚିଲେ । କିଛି ସମୟ ଏଣେତେଣେ ଦେଖିବା ପରେ ଭାଇ-ଭଉଣୀ ବସିଥିବା ଟେବୁଲ ପାଖକୁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ଯାଇ ତାଙ୍କ ଉପରେ ଚିତ୍କାର କରିଥିଲେ । ତାଙ୍କୁ ଗାଳିଗୁଲଜ କରିଥିଲେ ।
ପୋଲିସ ଅଧିକାରୀଙ୍କଠାରୁ ସେମାନେ ଏଭଳି କଥା ଶୁଣି ଅଶ୍ଚର୍ଯ୍ୟ ହେବା ସହ ସାମନ୍ୟ ଭୟଭୀତ ବି ହୋଇଥିଲେ । କିନ୍ତୁ ସାହସ ଯୁଟାଇ ପୋଲିସକୁ ପ୍ରତିଉତ୍ତର ଦେଇଥିଲେ । ଯାହାଫଳରେ ପୋଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । ସେଠାରେ ବସିଥିବା ଅନ୍ୟ ଲୋକମାନେ ମଧ୍ୟ କିଛି ସମୟ ପରେ ପୋଲିସର ଏଭଳି ଆଚରଣକୁ ବିରୋଧ କରିଥିଲେ । ହେଲେ ପୋଲିସ ଅଧିକାରୀ ଜଣକ କାହାରି କଥା ଶୁଣିବାକୁ ନାରାଜ । ସେଇ ଭାଇ-ଭଉଣୀ ସମ୍ପର୍କକୁ ସେ ଏଣୁତେଣୁ କହି ଅପମାନିତ କରିଥିଲେ ।
ଭାଇରାଲ ଭିଡିଓଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭରୁ ଆଦାୟ କରାଯାଇଛି । ଏହି ଘଟଣା ୨୪ ଅକ୍ଟୋବର ଦିନ ବିହାର ବରସୋଇ ଅଞ୍ଚଳରେ ଥିବା BR-11 ରେଷ୍ଟୁରାଣ୍ଟରେ ଘଟିଛି । ସିସିଟିଭି ଫୁଟେଜ ଏବଂ ଉକ୍ତ ଯୁବକ-ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସେହି ପୋଲିସ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।
This incident occured yesterday night when we went for family dinner in barsoi bihar which falls under katihar dist. So we cant even take our sister for family dinner if its election time in bihar? @ECISVEEP @KatiharSp @katiharpolice @narendramodi @NitishKumar #BiharElection2025 pic.twitter.com/gqCPXrDnON
— yash agrawal (@yash1524) October 25, 2025
📱 Get Argus News App
✨Related Topics
Explore more stories