Viral Video: ୫୨ ବର୍ଷରେ ଗ୍ରାଜୁଏଟ କମ୍ପ୍ଲିଟ୍ କଲେ ବାପା, ମୁଖା ପିନ୍ଧି ସ୍ୱାଗତ କଲା ପରିବାର..!

Key Points
ଭିଡିଓକୁ ମୈତ୍ରେୟ ସାଠେ ଇନଷ୍ଟାଗ୍ରାମରେ "ଗ୍ରାଜୁଏଟ୍" କ୍ୟାପସନ ସହିତ ସେୟାର କରିଛନ୍ତି।
ଅପଲୋଡ୍ ହେବା ମାତ୍ରେ ୩ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି।
କୁହାଯାଏ ପାଠ ପଢ଼ିବାର କିଛି ବୟସ ସୀମା ନଥାଏ । ଜଣେ ମଣିଷ ଚାହିଁଲେ ସାରା ଜୀବନ ପାଠ ପଢ଼ିପାରିବ । ଜୀବନ ସାରା ଜଣେ ମଣିଷ ଶିକ୍ଷା ଗ୍ରହଣ କରିପାରିବ । କିଏ କେମିତି କ'ଣ ଶିଖିବାକୁ ଆଗ୍ରହ ରଖିବ ତାହା ସେହି ବ୍ୟକ୍ତି ଉପରେ ନିଭର୍ଭର କରେ ।
ମୁମ୍ବାଇର ଜଣେ ୫୨ ବର୍ଷୀୟ ବ୍ୟକ୍ତି MBA ଡିଗ୍ରୀ ହାସଲ କରିଛନ୍ତି। ଏହି ଖୁସିରେ ତାଙ୍କ ପୁଅ ଏକ ସରପ୍ରାଇଜ୍ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆପଣ ଦେଖିପାରିବେ ଯେ ଯେତେବେଳେ ସେ ଘରେ ପ୍ରବେଶ କରନ୍ତି, ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଙ୍କ ମୁହଁର ମୁଖା ପିନ୍ଧି ଠିଆ ହୋଇଛନ୍ତି। କାନ୍ଥରେ ରଙ୍ଗବେରଙ୍ଗର ନୋଟ୍ସ ଲାଗିଛି। ଏହିସବୁ ଦେଖି ସେ ଆଶ୍ଚର୍ଯ୍ୟ ଏବଂ ଖୁସି ହୁଅନ୍ତି। ପରିବାର ଏବଂ ବନ୍ଧୁମାନେ ମିଶି ତାଙ୍କର ଏହି ସଫଳତାର ଉତ୍ସବ ପାଳନ କରିଛନ୍ତି।
ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ
ଏହି ଭିଡିଓକୁ ମୈତ୍ରେୟ ସାଠେ ଇନଷ୍ଟାଗ୍ରାମରେ "ଗ୍ରାଜୁଏଟ୍" କ୍ୟାପସନ ସହିତ ସେୟାର କରିଛନ୍ତି। ଅପଲୋଡ୍ ହେବା ମାତ୍ରେ ୩ ଲକ୍ଷ ୧୬ ହଜାରରୁ ଅଧିକ ଲୋକ ଏହାକୁ ଦେଖିସାରିଛନ୍ତି।
📱 Get Argus News App
✨ଲୋକମାନେ ଏହି ପୋଷ୍ଟ ଉପରେ ଖୁବ୍ କମେଣ୍ଟ କରୁଛନ୍ତି। ଜଣେ ୟୁଜର କହିଛନ୍ତି, "ଏହା ହେଉଛି ଇଣ୍ଟରନେଟରେ ମୁଁ ଦେଖିଥିବା ସବୁଠାରୁ ଭଲ ଭିଡିଓ" । ଅନ୍ୟ ଜଣେ କହିଛନ୍ତି, ତାଙ୍କ ଚେହେରାରେ ଥିବା ଆନନ୍ଦ ସବୁକିଛି ବୟାନ କରିଦେଉଛି। ଅନ୍ୟ ଜଣେ ୟୁଜର କହିଛନ୍ତି ଏହା ଖୁବ୍ ସୁନ୍ଦର ।