Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Social Media

Viral Video / ସମୁଦ୍ର ଲହଢିରେ ଭାସି ଯାଇଥାନ୍ତା ସ୍କର୍ପିଓ, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ସମୁଦ୍ର ଲହଢିରେ ଭାସି ଯାଇଥାନ୍ତା ସ୍କର୍ପିଓ, ଦେଖନ୍ତୁ ଭିଡିଓ...

Key Points

ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସେହି ବିପଦରୁ ସମସ୍ତଙ୍କୁ ବଞ୍ଚାଇଦେଇଥିଲେ ।

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମରୁ ମରୁ ବଞ୍ଚିଗଲେ । ଟିକେ ଏପଟ ସେପଟ ହୋଇଥାନ୍ତା.. ପୁରା ସ୍କର୍ପିଓ ସହ ଭାସିଯାଇଥାନ୍ତେ । ଏମିତି କିଛି ଘଟଣା ଘଟିଛି ରବିବାର ଭସାଇ ସ୍ଥିତ କଲାମ୍ବ ବିଚ୍‌ରେ । ଏହି ବିଚ୍‌ ମୁମ୍ବାଇଠାରୁ ମାତ୍ର ୭୫ କିଲୋମିଟର ଦୂରରେ ରହିଛି । ଅନେକ ପର୍ଯ୍ୟଟକ ଏଠାକୁ ଆସନ୍ତି । ଏଠାରେ ବୁଲାବୁଲି କରନ୍ତି । ଏମିତି ବୁଲୁ ବୁଲୁ କିଛି ପର୍ଯ୍ୟଟକ ଆରବ ସାଗର ମଧ୍ୟକୁ ଗାଡ଼ି ସହ ଟାଣି ହୋଇଯାଇଥାନ୍ତେ । ହେଲେ ଭଗବାନଙ୍କ କୃପାରୁ ସେମାନେ ବଞ୍ଚିଯାଇଛନ୍ତି ।

ଏହି ଯାତ୍ରୀମାନେ ସମୂଦ୍ର କୂଳ ବେଳାଭୂମିରେ ଗାଡ଼ି ଚଲାଉ ଚଲାଉ ପାଣିର ଏତେ ନିକଟକୁ ଚାଲିଯାଇଥିଲେ ଯେ, ହଠାତ୍ ଯେତେବେଳେ ଏକ ବଡ଼ ଢେଉ ଆସିଲା ସେତେବେଳେ ଏମାନେ ଆଉ ଦୂରକୁ ଯାଇପାରିଲେନି । ପାଣିର ଶକ୍ତି ଏତେ ଅଧିକ ଥିଲା ଯେ, ଗାଡ଼ିକୁ କିଛିବାଟ ଭିତରକୁ ଟାଣି ନେଇଥିଲା । ହେଲେ ତାପରେ ଗାଡ଼ି ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ସେହି ବିପଦରୁ ସମସ୍ତଙ୍କୁ ବଞ୍ଚାଇଦେଇଥିଲେ ।

ଏହି ଘଟଣାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିର ଜଣାପଡ଼ୁଛି ଧଳା ସ୍କର୍ପିଓଟି ସମ୍ପୂର୍ଣ୍ଣ ରୂପେ ଭାସିଯାଇଥିଲା । ହେଲେ ଅଳ୍ପକେ ବର୍ତ୍ତିଗଲା । ଲୋକମାନେ ସ୍କର୍ପିକୁ ଟାଣି ଟାଣି ପାଣିରୁ ବାହାର କରିବାକୁ ଚେଷ୍ଟା କରିଛନ୍ତି । ଦେଖିଲେ ଏମିତି ଲାଗୁଥିଲା ଯେମିତି, ସ୍ଥାନୀୟ ଲୋକ ଓ ସ୍କର୍ପିଓ ମଧ୍ୟରେ ରସି ଭିଡ଼ା ଭିଡ଼ିର ପ୍ରତିଯୋଗୀତା ଚାଲିଛି ।

ତେବେ ସବୁଠାରୁ ବଡ଼ କଥା ହେଲା, ଏହି ଦୁର୍ଘଟଣାରେ କାହାର କୌଣସି ପ୍ରକାର କ୍ଷତି ହୋଇନାହିଁ । ସ୍ଥାନୀୟ ଲୋକେ ଗାଡ଼ିକୁ ଟାଣି ଟାଣି କୂଳରେ ଲଗାଇଦେଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Video: Scorpio Gets Stuck In Sand At Maharashtra Beach. Then The Waves Come | Argus News