|
logo
Live

Argus News - ଅବସର ନେଇଛି ଧୋନିଙ୍କ ୭ ନମ୍ବର ଜର୍ସି

Sports

ଅବସର ନେଇଛି ଧୋନିଙ୍କ ୭ ନମ୍ବର ଜର୍ସି

Arpita Mohanty
Browse all articles by Arpita Mohanty
·2 years ago·2 min read
ଅବସର ନେଇଛି ଧୋନିଙ୍କ ୭ ନମ୍ବର ଜର୍ସି

ଅର୍ଗସ ବ୍ୟୁରୋ : ଧୋନି କେବଳ ଏକ ନାଁ ନୁହେଁ ବରଂ ଏକ ଭାବନା। ତାଙ୍କର ଗୋଟିଏ ଝଲକ ପାଇଁ ପାଗଳ କ୍ରିକେଟ ପ୍ରେମୀ । ସେ କ୍ରିକେଟ ପ୍ରେମୀ ହୁଅନ୍ତୁ କି ନହୁଅନ୍ତୁ ତାଙ୍କ ବ୍ୟକ୍ତିତ୍ୱକୁ ସମସ୍ତେ ଖୁବ୍ ପସନ୍ଦ କରନ୍ତି । ତାଙ୍କଠୁ ପ୍ରେରଣା ନିଅନ୍ତି ଆଉ ତାଙ୍କ ଭଳି ହେବାକୁ ଚେଷ୍ଟା କରନ୍ତି । ସେ କ୍ରିକେଟରୁ ଅବସର ନେଇଯାଇଛନ୍ତି ସତ କିନ୍ତୁ ଏବେ ବି ଫିଲ୍ଡରେ ତାଙ୍କ ଅନୁପସ୍ଥିତିକୁ ଅନୁଭବ କରିହୁଏ । ତେବେ ଧୋନିଙ୍କ ସହିତ ତାଙ୍କ ୭ ନମ୍ବର ଜର୍ସି ବି ଏବେ ଅବସର ନେଇଛି । ବିସିସିଆଇ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ୭ ନମ୍ବର ଜର୍ସିକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି ।

ବିସିସିଆଇ କହିଛି ଧୋନି ହେଉଛନ୍ତି ଭାରତର ସବୁଠାରୁ ସଫଳ ଅଧିନାୟକ । ଏବଂ ୭ ନମ୍ବର ହେଉଛି ତାଙ୍କ ପରିଚୟ । ସେଥିପାଇଁ ଆଉ କୌଣସି ବି ଖେଳାଳି ସେହି ନମ୍ବରକୁ ବ୍ୟବହାର କରିପାରିବେ ନାହିଁ। ଯୁବ ଖେଳାଳି ତଥା ବର୍ତ୍ତମାନର ଭାରତୀୟ ଦଳର ଖେଳାଳିଙ୍କୁ ଏମ ଏସ୍ ଧୋନିଙ୍କ ୭ ନମ୍ବର ଜର୍ସି ନ ନେବାକୁ କୁହାଯାଇଛି । କ୍ରିକେଟ ପ୍ରତି ଧୋନିଙ୍କ ଅବଦାନ ଚିରସ୍ମରଣୀୟ । ତେଣୁ ତାଙ୍କ ସହିତ ତାଙ୍କ ଟି-ସାର୍ଟକୁ ଅବସର ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ସାର୍ଟକୁ ମଧ୍ୟ ଭାରତୀୟ ବୋର୍ଡ ଦ୍ୱାରା ଅବସର ଦିଆଯାଇଥିବାବେଳେ ଧୋନିଙ୍କ ୭ ନମ୍ବର ସାର୍ଟକୁ ଏହି ତାଲିକାରେ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି । 

ବିସିସିଆଇ କହିଛି ଜଣେ ଖେଳାଳି ପ୍ରାୟ ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦଳ ବାହାରେ ଥିଲେ ମଧ୍ୟ ତାଙ୍କ ସଂଖ୍ୟାକୁ କୌଣସି ନୂଆ ଖେଳାଳିଙ୍କୁ ଦିଆଯାଏନାହିଁ । ଅର୍ଥାତ ଆଗାମୀ ଦିନରେ ୭ ନମ୍ବର ଲେଖାଥିବା ଜର୍ସି କୌଣସି ଖେଳାଳି ପିନ୍ଧିପାରିବେ ନାହିଁ । ହେଲେ ଏହି ଜର୍ସି ସମସ୍ତଙ୍କ ମନରେ ଚିରସ୍ମରଣୀୟ ହୋଇ ରହିଯିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର

Sponsored
ଅବସର ନେଇଛି ଧୋନିଙ୍କ ୭ ନମ୍ବର ଜର୍ସି | Argus News