Videos
|
Sports

ମହିଳା ଏସିଆ କପ୍: ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ

Sangram Tripathy
Browse all articles by Sangram Tripathy
·2 years ago·1 min read
ମହିଳା ଏସିଆ କପ୍: ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ

ଅର୍ଗସ ବ୍ୟୁରୋ:ଶ୍ରୀଲଙ୍କାରେ ଚାଲିଥିବା ମହିଳା ଏସିଆ କପ୍‌ର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ୧୧ ଓଭରରେ ମ୍ୟାଚ୍ ଜିତିଛି ଭାରତ। ଏସିଆ କପ୍‌ରେ ଭାରତୀୟ ମହିଳାଦଳ ନବମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଦଳ ୭ ଥର ଏସିଆ କପ୍ ଚାମ୍ପିୟନ ହୋଇଛି। ୨୦୦୪ରୁ ମହିଳା ଏସିଆ କପ୍ ଆରମ୍ଭ ହୋଇଥିଲା।

ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ  ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୮୦ ରନ୍ କରିଥିଲା ୮୧ ରନ୍‌ର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନହରାଇ ୧୧ ଓଭରରେ ହାସଲ କରି ନେଇଥିଲା ଭାରତ। ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ରେଣୁକା ସିଂହଙ୍କୁ ପ୍ଲେୟର ଅଫ୍ ଦ ମ୍ୟାଚ୍ ପୁରସ୍କାର ହାତେଇଛନ୍ତି।

ସ୍ମୃତି ମନ୍ଧାନା ୫୫ ରନ୍ କରି ଅପରାଜିତ ରହିଥିଲେ।ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା ସର୍ବଧିକ ୩୨ ରନ୍ କରିଥିଲେ। ଭାରତ ପକ୍ଷରୁ ରେଣୁକା ସିଂହ ଓ ରାଧା ଯାଦବ ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ପୂଜା ବସ୍ତ୍ରକାର ଓ ଦୀପ୍ତି ଶର୍ମାଙ୍କୁ ମିଳିଥିଲା  ଗୋଟିଏ ଲେଖାଏଁ ୱିକେଟ୍। ଏସିଆ କପ୍‌ର ଦ୍ୱିତୀୟ ସେମି ଫାଇନାଲ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ସେମାନଙ୍କ ମଧ୍ୟରୁ ଯେଉଁ ଦଳ ଜିତିବ, ସେହି ଦଳ ସହ  ରବିବାର ଫାଇନାଲ ମ୍ୟାଚ୍ ଖେଳିବ ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହିଳା ଏସିଆ କପ୍: ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ | Argus News