|
logo
Live

Argus News - ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛି ଅଷ୍ଟ୍ରେଲିଆ

Sports

ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛି ଅଷ୍ଟ୍ରେଲିଆ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛି ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ:  ବକ୍ସିଂ ଡେ ଟେଷ୍ଟରେ ବଢିଲା କଙ୍ଗାରୁ ଦଳର ଦବଦବା । ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଇନିଂସରେ ଭାରତୀୟ ଦଳ ୩୬୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ଅଷ୍ଟ୍ରେଲିଆଠାରୁ ୩୩୩ ରନ୍ ପଛୁଆ ରହିଛି। ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ବାଜା ୨୧ ରନ୍ କରିଥିବାବ‌େଳେ ମାମୁସ ଲବସେଗ୍ନ ୭୦ ରନ୍ କରିଥିଲେ। ସେହିପରି ପ୍ୟାଟ୍ କମିନ୍ସ ୪୧ ରନ୍ ନାଥନ ଲୟନ ୪୧ ରନ୍ କରି ଅପରାଜିତ ଥିବାବ‌େଳେ ସ୍କଟ୍ ବୋଲାଣ୍ଡ ୧୦ ରନ୍ କରି କ୍ରିଜରେ ଅଛନ୍ତି।


ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୭୪ ରନ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ଦଳ ନିତିଶ ରେଡ୍ଡୀଙ୍କ ଶତକ ଓ ଯଶସ୍ବୀ ଜୟସୱାଲ ଏବଂ ୱାଶିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ୩୬୯ ରନ କରିବାରେ ସକ୍ଷମ ହୋଇଥିଲା। ଏହା ପରେ ଅଷ୍ଟ୍ରେଲିଆ ୨ୟ ପାଳିରେ ୧୩୫ ରନ ସଂଗ୍ରହ କରିଛି। ଭାରତୀୟ ଦଳର ଟପ ଅର୍ଡର ବ୍ୟାଟିଂ ବିଫଳତା ଯୋଗୁ ବକ୍ସିଂ ଡେ ମ୍ୟାଚ ବାରତ ହାତରୁ ଖସିଯିବା ଆଶଙ୍କା ବଢୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୨୨୮ ରନ୍ କରିଛି ଅଷ୍ଟ୍ରେଲିଆ | Argus News