Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଲା ଭାରତ

Ritu Das
Browse all articles by Ritu Das
·1 year ago·1 min read
ତୁଟିଗଲା ସବୁ ଆଶା! WTC ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଲା ଭାରତ

ବର୍ଡର ଗାଭାସ୍କର ଟ୍ରଫିରେ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି ଟିମ୍‌ ଇଣ୍ଡିଆ। ଦଳକୁ ଏହି ଟୁର୍ନାମେଣ୍ଟରେ ରହିବା ଲାଗି ଏହି ସିରିଜକୁ ଡ୍ର କରିବାର ଆବଶ୍ୟକତା ଥିଲା। ହେଲେ ଭାରତ ତାହା କରିବାରେ ବିଫଳ ହୋଇଛି। ଏଣୁ ଚାମ୍ପିଅନ୍‌ଶିପ୍‌ ଇତିହାସରେ ପ୍ରଥମ ଥର ଲାଗି ଫାଇନାଲ ଭାରତୀୟ ଟିମ୍‌ ବିନା ଖେଳାଯିବ। ଟିମ୍‌ ଇଣ୍ଡିଆ ବାଦ୍‌ ପଡ଼ିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ୨୦୨୩-୨୫ର ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ।


ଦକ୍ଷିଣ ଆଫ୍ରିକା ପୂର୍ବରୁ ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା। ଏବେ ଅଷ୍ଟ୍ରେଲିଆ ମଧ୍ୟ ଫାଇନାଲ ଲାଗି କ୍ୱାଲିଫାଏ କରିଛି। କହିରଖୁଛୁ, ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ତଥା ଅନ୍ତିମ ମୁକାବିଲା ସିଡନୀରେ ଖେଳାଯାଇଥିଲା। ସିରିଜକୁ ବରାବର ସ୍ଥାନରେ ଶେଷ କରିବାକୁ ଏହି ମୁକାବିଲା ଜିତିବାର ଥିଲା। ହେଲେ ୩ ଦିନରେ ମ୍ୟାଚ୍‌ ଶେଷ ହୋଇଥିଲା। ଏହାର ପ୍ରଭାବ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ଶିପ୍‌ ଉପରେ ପଡ଼ିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
-all-hope-is-broken-india-eliminated-from-wtc-final-race | Argus News