Videos
|
Sports

ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ପଡ଼ିଆରୁ ଗଲେ ଡାକ୍ତରଖାନା

Ritu Das
Browse all articles by Ritu Das
·1 year ago·1 min read
ଡାଇଭ୍‌ ମାରି ବଲ୍‌ ରୋକିବା ବେଳେ ଭାଙ୍ଗିଲା ଗୋଡ଼! ପଡ଼ିଆରୁ ଗଲେ ଡାକ୍ତରଖାନା

ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ କେପ୍‌ଟାଉନ୍‌ରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଦୁଃଖଦ ଘଟଣା ଘଟିଛି। ଫିଲ୍ଡିଂ ସମୟରେ ସାଇମ୍‌ ଆୟୁବ୍‌ ଆହତ ହୋଇଛନ୍ତି। ପାକିସ୍ତାନ ବୋଲିଂର ସପ୍ତମ ଓଭରରେ ଏହି ଦୁର୍ଘଟଣା ଘଟିଛି। କ୍ରିକେଟର ଅବ୍ବାସଙ୍କ ବଲ୍‌କୁ ଅଟକାଇବା ଲାଗି ଡାଇଭ୍‌ ଲଗାଇଥିଲେ, ଏହି ସମୟରେ ତାଙ୍କ ଗୋଡ଼ ମୋଡ଼ି ହୋଇ ଯାଇଥିଲା। ଫଳରେ ସେ ଯନ୍ତ୍ରଣାରେ ଛଟପଟ ହୋଇଯାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଫିଜିଓ ମଇଦାନକୁ ଆସିଥିଲେ। ସେ ଆୟୁବଙ୍କୁ ଯନ୍ତ୍ରଣାରୁ ମୁକ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ହୋଇପାରି ନ ଥିଲା। ପରେ ଆୟୁବ ଛିଡ଼ା ହେବାକୁ ଚେଷ୍ଟା କରିଥିଲେ।


ମାତ୍ର ତାହା ମଧ୍ୟ ସମ୍ଭବ ହୋଇ ନ ଥିଲା। ଶେଷରେ ତାଙ୍କୁ ହ୍ବିଇଲ୍‌ ଚେୟାରରେ ବାହାରକୁ ଅଣାଯାଇଛି। ସାଇମ ଆୟୁବଙ୍କୁ ଯନ୍ତ୍ରଣାଦାୟକ ଆଘାତ ଲାଗିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି। ସେଠାରେ ତାଙ୍କର ଡାହାଣ ଗୋଡ଼ର ଯାଞ୍ଚ ହେବ। ଏଭଳି ଲାଗୁଛି ଯେ ତାଙ୍କ ଗୋଡ ଭାଙ୍ଗି ଯାଇଛି। ଏବେ ତାଙ୍କର ସର୍ଜରୀ କରାଯାଇପାରେ। ଆୟୁବ ଯଦି ମ୍ୟାଚ୍‌ରୁ ବାଦ ପଡ଼ନ୍ତି ତେବେ ପାକିସ୍ତାନ ପାଇଁ ବଡ଼ ଝଟ୍‌କା ହେବ। କାରଣ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଜବରଦସ୍ତ ଫର୍ମରେ ଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଏବଂ ଟି୨୦ ସିରିଜରେ ଆୟୁବ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
broken-leg-while-diving-to-stop-the-ball-he-went-to-the-hospital-from-the-field | Argus News