|
logo
Live

Argus News - କାହିଁକି ଏମିତି କଲେ ମାହି ? ହାରିଗଲା CSK !

Sports

କାହିଁକି ଏମିତି କଲେ ମାହି ? ହାରିଗଲା CSK !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାହିଁକି ଏମିତି କଲେ ମାହି ? ହାରିଗଲା CSK !

ଧୋନିଙ୍କୁ ସମାଲୋଚନା ! କାହିଁକି ଏମିତି କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌ । ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ବିପକ୍ଷରେ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂକ୍ରମକୁ ଚାରିଆଡୁ ସମାଲୋଚନା କରାଯାଉଛି। ପ୍ରଶ୍ନ ଉଠୁଛି କାହିଁକି ବ୍ୟାଟିଂ ଅର୍ଡରର ଏତେ ତଳେ ଖେଳୁଛନ୍ତି ଧୋନୀ। ପ୍ରଶଂସକ ସମାଲୋଚକ ପାଲଟି କହୁଛନ୍ତି ସିଏସକେ ପାଇଁ ଧୋନୀ ପାଲଟିଗଲେଣି ବୋଝ। ସେପଟେ ବ୍ୟାଟିଂ ଅର୍ଡରକୁ ନେଇ କଟାକ୍ଷ କରିଛନ୍ତି ବହୁ ପୂର୍ବତନ କ୍ରିକେଟର।

ଇଣ୍ଡିଆନ ପ୍ରିମୟର ଲିଗର ୧୭ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟର ବାନା ଉଡାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। RCBର ଏହି ବିଜୟକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠାରୁ ଅଧିକ ଆଲୋଚନା ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ଚାଲିଛି। ଧୋନୀ ୯ ନମ୍ବରରେ ବ୍ୟାଟିଂ ଆସିବାକୁ ସହଜରେ ଅନେକ ପୂର୍ବତନ କ୍ରିକେଟର ହଜମ କରିପାରୁନାହାଁନ୍ତି।

ଗତକାଲି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରେ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଧୋନୀ । ସେହି ସମୟରେ CSKକୁ ପାଞ୍ଚ ଓଭରରେ ୯୦ ରନ୍ ଆବଶ୍ୟକ ଥିଲା । ତେବେ ଇନିଂସରେ ପ୍ରଥମ ୪ଟି ବଲକୁ ଡିଫେଣ୍ଡ କରିଥିଲେ ପୂର୍ବତନ ସିଏସକେ ଅଧିନାୟକ। ଯେଉଁଠାରେ ଧୋନୀଙ୍କ ଏହି ବଲ୍ ଜଗିବାକୁ ସମାଲୋଚନା କରାଯାଇଥିଲା। ତେବେ ପରେ CSK ହାତରୁ ମ୍ୟାଚ ଖସିଯିବା ପରେ ୧୬ଟି ବଲରୁ ଅପରାଜିତ 30 ରନ ସ୍କୋର କରିଥିଲେ ଧୋନୀ।

ବହୁ ପୂର୍ବତନ ଖେଳାଳି ଏମଏସ ଧୋନିଙ୍କ ଲୋୟର ଅର୍ଡର ବ୍ୟାଟିଂକୁ କଡ଼ା ସାମୋଲଚନା କରିଛନ୍ତି। ବୀରେନ୍ଦ୍ର ସେହଓ୍ବାଗ କଟାକ୍ଷ କରି କହିଛନ୍ତି, ଧୋନୀ ଶୀଘ୍ର ବ୍ୟାଟିଂ କରିବାକୁ ଆସିଥିଲେ। କାରଣ ସେ ଇଂନିସର ଶେଷ ୨ ଓଭରରେ ବ୍ୟାଟିଂ କରିବାକୁ ଆସନ୍ତି। ସେହିପରି ମନୋଜ ତିଓ୍ବାରୀ କହିଛନ୍ତି, ଆମେ ଭାବୁଥିଲୁ ଧୋନୀ ୧୦ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ଏମାନଙ୍କ ବ୍ୟତୀୟ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ଓ୍ବାଟସନ ଓ ଭାରତର ଇର୍ଫାନ ପଠାନ ମଧ୍ୟ ଧୋନୀଙ୍କ ବ୍ୟାଟିଂ ଅର୍ଡରକୁ ନାପସନ୍ଦ କରିଛନ୍ତି।

ସୋସିଆଲ ମଡିଆରେ ଧୋନୀ ପ୍ରଶଂସକଙ୍କ ସଂଖ୍ୟା କମ ନୁହେଁ...। ତଥାପି ସିଏସକେ ପାଇଁ ଧୋନୀ ବୋଝ ପାଲଟିଗଲେଣି ବୋଲି ଅନେକ ପ୍ରଶଂସକ ସାମଲୋଚନା କରିଛନ୍ତି। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ୦.୧୨ ସେକେଣ୍ଡରେ ଷ୍ଟମ୍ପିଂ କରିଥିଲେ। ଏହି ଦୃଶ୍ୟକୁ ଯେକେହି ବି ଦେଖିଥିଲା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ୪୩ ବର୍ଷ ବୟସରେ ମାହିଙ୍କ ଫୁର୍ତ୍ତି କୌଣସି ଯୁବ ଖେଳାଳିଙ୍କଠାରୁ କମ୍‌ ନୁହେଁ। ତେବେ ବ୍ୟାଟ୍‌ରେ ତାଙ୍କ କମାଲ୍‌ ଦେଖିବାକୁ ଚାହିଁ ରହିଛନ୍ତି ଫ୍ୟାନ୍ସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କାହିଁକି ଏମିତି କଲେ ମାହି ? ହାରିଗଲା CSK ! | Argus News