Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋହିତ ଓ ବିରାଟଙ୍କ ଖରାପ ଫର୍ମକୁ ନେଇ ଗୌତମ ଗମ୍ଭୀରଙ୍କ ବୟାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରୋହିତ ଓ ବିରାଟଙ୍କ ଖରାପ ଫର୍ମକୁ ନେଇ ଗୌତମ ଗମ୍ଭୀରଙ୍କ ବୟାନ

ଅର୍ଗସ ବ୍ୟୁରୋ:  କ୍ୟାପଟେନ୍ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଚର୍ଚ୍ଚା ବେଳେ କୋଚ୍ ଗୌତମ ଗମ୍ଭୀରଙ୍କ ବଡ ବୟାନ । ଖେଳାଳି ନୁହେଁ, ଟିମ୍ ବଡ଼ । ଦଳର ସ୍ବାର୍ଥ ପାଇଁ ସମସ୍ତେ ଖେଳିବା ପାଇଁ କହିଛନ୍ତି ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର । ଅଷ୍ଟ୍ରେଲିଆର ବଡର ଗାଭାସ୍କର ସିରିଜର ଅନ୍ତିମ ଟେଷ୍ଟ ମ୍ୟାଚ ପୂର୍ବରୁ ଖେଳାଳିମାନଙ୍କୁ ଏଭଳି ରୋକଠୋକ୍ ସେ ଶୁଣାଇ ଦେଇଛନ୍ତି । ଆସନ୍ତାକାଲି ସିଡନୀରେ ପଞ୍ଚମ ଟେଷ୍ଟ ମ୍ୟାଚ ଖେଳାଯିବ। ସବୁ ଖେଳାଳିଙ୍କ ପାଇଁ ଟିମ୍ ପ୍ରାଥମିକତା ହେବା ଦରକାର । ଦଳର ଆବଶ୍ୟକତା ଅନୁଯାୟୀ ସବୁ ଖେଳାଳିଙ୍କୁ ଖେଳିବା ଆବଶ୍ୟକ ।


ସିଡନୀରେ ଟିମ୍ ଇଣ୍ଡିଆ ବିଜୟ ପାଇଁ ପଡିଆକୁ ଓହ୍ଲାଇବ । ଏଥିସହ ଖେଳାଳି ଓ କୋଚଙ୍କ ମଧ୍ୟରେ ହେଉଥିବା ଆଲୋଚନା ଡ୍ରେସିଂ ରୁମ ଭିତରେ ସୀମିତ ରହିବା ଆବଶ୍ୟକ । ଏହାକୁ ନେଇ ଅଯଥା ଚର୍ଚ୍ଚା ଅନାବଶ୍ୟକ । କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହିତ ତାଙ୍କର ସମ୍ପର୍କ ଠିକ୍ ରହିଛି । ଆସନ୍ତାକାଲି ପିଚ୍ ଦେଖି ଚୂଡାନ୍ତ ଦଳ ଘୋଷଣା କରାଯିବ ବୋଲି ଟିମ୍ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

Sponsored
Gautam Gambhir statement on Rohit and Virat's poor form | Argus News