ନାଗପୁର ବିଜୟ ପଛର ସତ: Hello ଶ୍ରେୟାସ.... କ'ଣ କରୁଛ ?

Key Points
ନାଗପୁର ବିଜୟ ପଛର ସତ
ଆହତ ଥିଲେ ବିରାଟ
ରାତିରେ କଲ କଲେ ରୋହିତ
ଶ୍ରେୟାସ କହିଲେ ସାର୍ ଫିଲ୍ମ ଦେଖୁଛି
Rohit- Hello ଶ୍ରେୟାସ.... କ'ଣ କରୁଛ ?
Shreyas- ସାର୍ ଫିଲ୍ମ ଦେଖୁଥିଲି...
📱 Get Argus News App
✨Rohit- ଫିଲ୍ମ ଛାଡ ଜଲ୍ଦି ଯାଇ ରେଷ୍ଟ ନିଅ ।
Shreyas- ହେଲେ ସାର୍ WHY ?
Rohit- ବିରାଟ ଆହତ ଅଛନ୍ତି । କାଲି ମ୍ୟାଚରେ ସେ ଖେଳିନପାରନ୍ତି ।
Rohit- ହଁ ଶ୍ରେୟାସ ଶୁଣ । ଚାନ୍ସ ନୁହେଁ ଭାବିରଖ ତୁମେ କାଲି SURE ଖେଳୁଛ...
Shreyas- Ok Sir, ମୁଁ ରେଷ୍ଟ ନେବାକୁ ଚାଲିଲି । Good Night
ଆଉ ତାପରଦିନ ନାଗପୁରରେ ଘଟେ ନୂଆ କିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ଖେଳନ୍ତି ଶ୍ରେୟାସ ଆୟର । 36 ବଲରେ 59 ରନ୍ କଲେକ୍ଟ କରି ଦଳକୁ ବିଜୟ ଆଡକୁ ନେଇ ଯାଆନ୍ତି । କ୍ୟାପଟେନ୍ ରୋହିତ ଶର୍ମା ଓ ଯଶସ୍ବୀ ଯଶଓ୍ବାଲ ଆଉଟ୍ ହେବା ପରେ ଇନିଂସ ସମ୍ଭାଳିଥିଲେ ଶ୍ରେୟାସ । ପ୍ରଥମ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ଖେଳିଥିଲେ ଶ୍ରେୟାସ । ଆଉ ସିରିଜର ପ୍ରଥମ ମ୍ୟାଚରେ ଭାରତ ହୋଇଥିଲା ବିଜୟୀ ।
ଫେବୃଆରୀ 6ରେ ନାଗପୁର ଦେଖିଥିଲା ଟିମ୍ ଇଣ୍ଡିଆର ଜଲୱା । 68 ବଲ୍ ଆଉ 4ଚି ୱିକେଟ ବାକି ରଖି ଇଂଲଣ୍ଡକୁ ପରାସ୍ତ କରିଥିଲା ଭାରତ । ଏହି ପ୍ରଥମ ଏକଦିବସୀୟ ମ୍ୟାଚ୍ର ପ୍ଲେଇଂ ୧୧ରେ ଥିବା ବିରାଟ କୋହଲି ଆହତ ହୋଇଥିଲେ । ଆଣ୍ଠୁ ଫୁଲିବା ଯୋଗୁଁ ବିରାଟ ରେଷ୍ଟ୍ ନେହାକୁ ଟିମକୁ ଜମାଇଥିଲେ । ଏହାପରେ କୋହଲିଙ୍କୁ ବାହାରେ ରଖାଯାଇଥିଲା ଏବଂ ତାଙ୍କ ସ୍ଥାନରେ ଯଶସ୍ୱୀ ଜୟସୱାଲ ଙ୍କୁ ପଠାଗଲା ବୋଲି ସମସ୍ତେ ଭାବିନେଲେ । ସମସ୍ତେ ଏକଥା ବି ଅନୁଭବ କଲେ ଯେ କୋହଲିଙ୍କ ସ୍ଥାନରେ ଯଶସ୍ୱୀଙ୍କୁ ଦଳରେ ସୁଯୋଗ ଦିଆଯାଇଛି। କିନ୍ତୁ ଏହି ଘଟଣାର ସତ୍ୟତା ସାମ୍ବାଦିକ ସମ୍ମିଳନୀରେ ଖିୁଲାସା କରିଥିଲେ ଶ୍ରେୟସ ଆୟର ।
ମ୍ୟାଚ୍ ପରେ ଯେତେବେଳେ ଶ୍ରେୟସ ଆୟରଙ୍କୁ ଏ ବିଷୟରେ ପଚରାଗଲା, ସେ ହସି ହସି କହିଥିଲେ, "ମୁଁ ରାତିରେ ଗୋଟେ ଫିଲ୍ମ ଦେଖୁଥିଲି ଏବଂ ଭାବୁଥିଲି ଯେ ଆଜି ମୁଁ ଆରାମ କରି ପୁରା ସମୟ ବିତାଇବି। କିନ୍ତୁ ତା'ପରେ ମୋତେ ଅଧିନାୟକ ରୋହିତ ଶର୍ମାଙ୍କର ଫୋନ୍ ଆସିଲା। ସେ କହିଲେ ଯେ ବିରାଟଙ୍କ ସ୍ୱାସ୍ଥ୍ୟ ଭଲ ନହିଁ, ତୁମକୁ ତାଙ୍କ ସ୍ଥାନରେ ପ୍ରସ୍ତୁତ ରହିବାକୁ ପଡିବ । ତା'ପରେ ତୁରନ୍ତ ମୁଁ ସିନେମା ବନ୍ଦ କରିଦେଲି ଏବଂ ସିଧା ଶୋଇବାକୁ ଗଲି । ଶେଷରେ ନାଗପୁରରେ ବର୍ଷିଥିଲା ଚୌକା ଆଉ ଛକା । ବିଜୟକୁ ଉପଭୋଗ କରିଥିଲେ ଦେଶବାସୀ...