Videos
|
Sports

ଆସିଲା ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ : ୨୩ ଫେବୃୟାରିରେ ଭାରତ-ପାକ୍ ମ୍ୟାଚ୍

Ritu Das
Browse all articles by Ritu Das
·1 year ago·1 min read
ଆସିଲା ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ : ୨୩ ଫେବୃୟାରିରେ ଭାରତ-ପାକ୍ ମ୍ୟାଚ୍

ବହୁ ବାଦବିବାଦ ପରେ ଶେଷରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରିରେ ଖେଳିବ। ଦୁବାଇରେ ମଧ୍ୟ ଏହି ମ୍ୟାଚ୍ ଖେଳାଯିବ। ହାଇବ୍ରିଡ୍ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଥିଲା।


ତେଣୁ ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିବ। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ। କିନ୍ତୁ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଲେ ତାହା ଦୁବାଇରେ ଖେଳାଯିବ। ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଫେବ୍ରୁଆରି ୧୯ରେ କରାଚିରେ ଏହି ମ୍ୟାଚ୍ ଖେଳାଯିବ। ଆଫଗାନିସ୍ତାନର ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବ। ଏହି ମ୍ୟାଚ୍ କରାଚିରେ ୨୧ ଫେବ୍ରୁଆରିରେ ଖେଳାଯିବ। ଫେବ୍ରୁଆରି ୨୨ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Here comes the Champions Trophy schedule: India-Pak match on 23 February | Argus News