Videos
|
Sports

ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା, ଅଭ୍ୟାସ ବେଳେ ଆହତ ହେଲେ ରୋହିତ ଶର୍ମା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା, ଅଭ୍ୟାସ ବେଳେ ଆହତ ହେଲେ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ:  ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଅଭ୍ୟାସ ବେଳେ ଆହତ ହେଲେ ରୋହିତ ଶର୍ମା । ଅଧିନାୟକ ରୋହିତ ଶର୍ମା ମେଲବର୍ଣ୍ଣ ଟେଷ୍ଟରୁ ବାଦ୍ ପଡ଼ିବେ କି ? ଏହାକୁ ନେଇ ବଢିଲା ଦ୍ବନ୍ଦ । ଅଭ୍ୟାସ ସମୟରେ ରୋହିତଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି । ରୋହିତଙ୍କୁ ଟିକେ ଚାଲିବାରେ ଅସୁବିଧା ହେଉଥିଲେ ମଧ୍ୟ ସେ ସୁସ୍ଥ ଅଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି ।


ଟେଷ୍ଟ ସିରିଜ୍ ଏବେ ୧-୧ ରେ ସମାନ ରହିଛି । ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୬ରୁ ମେଲବର୍ଣ୍ଣ ରେ ଖେଳାଯିବ । ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ଅଭ୍ୟାସରେ ଲାଗିଛି । ରବିବାର ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିବା ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଭାରତୀୟ ଦଳର ବୋଲର ଦୟାନନ୍ଦ ଗରାଣୀ ଫିଙ୍ଗିଥିବା ବଲ୍ ରୋହିତଙ୍କ ବାମ ଆଣ୍ଠୁରେ ବାଜିଥିଲା । ରୋହିତଙ୍କୁ ଟିକେ ଚାଲିବାରେ ଅସୁବିଧା ହେଉଥିଲା । ତେବେ ରୋହିତ ଏବେ ସୁସ୍ଥ ଅଛନ୍ତି । ଯଦି ରୋହିତ ଦୁର୍ଭାଗ୍ୟବଶତଃ ମେଲବର୍ଣ୍ଣ ଟେଷ୍ଟରୁ ବାଦ୍ ପଡ଼ନ୍ତି । ତେବେ ଯଶପ୍ରୀତ ବୁମ୍ରା ଙ୍କୁ ଅଧିନାୟକ ଭାବେ ଦେଖିବାକୁ ମିଳିପାରେ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

In Short. Ahead of the Boxing Day Test match, India captain Rohit Sharma copped a big blow on his left knee during practice on Sunday, December 22 | Argus News