Videos
|
Sports

ଫେବ୍ରୁଆରୀ ୨୩ରେ ଦୁବାଇରେ ହେବ ଭାରତ ଓ ପାକିସ୍ତାନ ମ୍ୟାଚ୍

Swoyang prajna Mishra
Browse all articles by Swoyang prajna Mishra
·1 year ago
ଫେବ୍ରୁଆରୀ ୨୩ରେ ଦୁବାଇରେ ହେବ ଭାରତ ଓ ପାକିସ୍ତାନ ମ୍ୟାଚ୍

ଅର୍ଗସ ବ୍ୟୁରୋ : ଫେବ୍ରୁଆରୀ ୨୩ରେ ଦୁବାଇରେ ହେବ ଭାରତ ଓ ପାକିସ୍ତାନ ମ୍ୟାଚ୍ । ଆଇସିସି ପକ୍ଷରୁ ଚାମ୍ପିଅନ୍ସ ଟ୍ରଫିର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ ୨୦ ଫେବ୍ରୁଆରୀରେ ଖେଳିବ। ଏହି ମ୍ୟାଚ ଦୁବାଇରେ ଖେଳାଯିବ। ହାଇବ୍ରିଡ୍ ମଡେଲ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୟୁଏଇକୁ ବାଛିଥିଲା। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ।


କିନ୍ତୁ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଲେ ଫାଇନାଲ ମ୍ୟାଚ ମଧ୍ୟ ଦୁବାଇରେ ଖେଳାଯିବ। ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ପ୍ରଥମ ମ୍ୟାଚ୍ ଫେବ୍ରୁଆରି ୧୯ରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ୨୧ ଫେବ୍ରୁଆରୀରେ ଆଫଗାନିସ୍ତାନ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ ଖେଳିବ । ସେହିପରି ତୃତୀୟ ମ୍ୟାଚ ଫେବ୍ରୃଆରୀ ୨୨ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଲାହୋରରେ ଖେଳାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: