Videos
|
Sports

କାଲି ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ଭେଟିବେ ରୋହିତ ବାହିନୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
କାଲି ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ଭେଟିବେ ରୋହିତ ବାହିନୀ

ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ଲାଇନ୍ ଅଫ୍ ଚୂଡ଼ାନ୍ତ । ଆସନ୍ତାକାଲି ପ୍ରଥମ ସେମିରେ ଅଷ୍ଟ୍ରେଲିଆକୁ ଭେଟିବେ ରୋହିତ ବାହିନୀ । 5 ତାରିଖରେ ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ୍ । ଶେଷ ଲିଗରେ ନ୍ୟୁଜିଲାଣ୍ଡକୁ 44 ରନ୍‌ରେ ହରାଇଲା ଭାରତ । ବରୁଣ ଚକ୍ରବର୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଅନ୍ତିମ ଲିଗ ମୁକାବିଲାରେ ଭାରତ ୪୪ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୦ ରନର ଟାର୍ଗେଟ ଦେଇଥିଲା ।


ଶ୍ରେୟାଶ ଆୟାର ସର୍ବାଧିକ ୭୯ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୪୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ କରିଥିଲେ । ମାଟ୍ଟ ହେନେରୀ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଭାରତ ପକ୍ଷରୁ ବରୁଣ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୂଲଦୀପ ଯାଦବ ୨ଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବରୁଣ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India-Australia semi-final tomorrow | Argus News