Videos
|
Sports

ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ

ଅର୍ଗସ ବ୍ୟୁରୋ:  ପରାଜୟର ପ୍ରତିଶୋଧ ନେଲା ଭାରତ । ବାଂଲାଦେଶକୁ ପରାସ୍ତ କରି ଏସିଆ କପ୍ ଟାଇଟଲ ଜିତିଲା ଟିମ୍ ଇଣ୍ଡିଆ । ମହିଳା ୧୯ ବର୍ଷରୁ କମ୍ ଏସିଆ କପ୍ ରେ ୪୧ ରନ୍ ରେ ବିଜୟୀ ହେଲା ଭାରତ । ଡିସେମ୍ବର ୨୨ ତାରିଖ ରବିବାର ମହିଳା ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା । ମାଲେସିଆର କୁଆଲାଲମ୍ପୁରରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ଏଥର ଟିମ୍ ଇଣ୍ଡିଆ ୪୧ ରନ୍ ରେ ବିଜୟୀ ହୋଇଛି ।


ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୧୭ ରନ୍ କରିଥିଲା, ଯାହାର ଜବାବରେ ବାଂଲାଦେଶ ୭୬ ରନ୍ କରିଥିଲା । ତେବେ ନିକଟରେ ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ଖେଳାଯାଇଥିଲା, ଯେଉଁଥିରେ ବାଂଲାଦେଶ ଦଳ ଫାଇନାଲରେ ଟିମ୍ ଇଣ୍ଡିଆକୁ ପରାସ୍ତ କରିଥିଲା । ଏବେ ଏହି ପରାଜୟର ପ୍ରତିଶୋଧ ନେଇଛି ଭାରତୀୟ ମହିଳା ଦଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଖେଳ ଖବର:

India clinch inaugural Under-19 Women's Asia Cup title after beating Bangladesh | Argus News