ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
·1 year ago

ଅର୍ଗସ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ । ମହମ୍ମଦ ସାମୀ ମଧ୍ୟ ଦଳରେ ସାମିଲ । ଧ୍ରୁବ ଜୁରେଲ ଦ୍ୱିତୀୟ ୱିକେଟ କିପର ଭାବେ ଦଳରେ ସ୍ଥାନ ପାଇଥିବା ବେଳେ ରିଷଭ ପନ୍ତଙ୍କୁ ସୁଯୋଗ ମିଳିନାହିଁ ।
ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀଙ୍କୁ ଚୂଡାନ୍ତ ଦଳରେ ରଖାଯାଇଛି । ଆଘାତ ସମସ୍ୟା ଯୋଗୁ ରିୟାନ ପରାଗଙ୍କୁ ଦଳରୁ ଓହରି ଯାଇଛନ୍ତି । କୋଲକାତାରେ ଜାନୁୟାରୀ ୨୨ରୁ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: