Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରଣଜୀ ଟ୍ରଫିରେ ଲଗାତାର ଦ୍ବିତୀୟଥର ପାଇଁ ଫେଲ ହେଲେ ରୋହିତ ଶର୍ମା

Sports

ରଣଜୀ ଟ୍ରଫିରେ ଲଗାତାର ଦ୍ବିତୀୟଥର ପାଇଁ ଫେଲ ହେଲେ ରୋହିତ ଶର୍ମା

Ritu Das
Browse all articles by Ritu Das
·1 year ago·1 min read
ରଣଜୀ ଟ୍ରଫିରେ ଲଗାତାର ଦ୍ବିତୀୟଥର ପାଇଁ ଫେଲ ହେଲେ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ: ପୂର୍ବଭଳି ଖେଳିପାରୁନାହାନ୍ତି ଅଧିନାୟକ ରୋହିତ ଶର୍ମା। ଅନ୍ତର୍ଜାତୀୟ କ୍ରିକେଟରେ ଫେଲ୍‌ ହେବା ପରେ ଏବେ ସେ ଘରୋଇ କ୍ରିକେଟ ଖେଳୁଛନ୍ତି। ହେଲେ ରଣଜୀ ଟ୍ରଫିର ଦୁଇଟିଯାକ ମ୍ୟାଚ୍‌ରେ ସେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଛନ୍ତି। ଜମ୍ମୁ-କଶ୍ମୀର ବିପକ୍ଷ ପ୍ରଥମ ଇନିଂସରେ ଉମର ନଜିରଙ୍କ ବିପକ୍ଷରେ ସେ ସଂଘର୍ଷ କରୁଥିବା ନଜର ଆସିଥିଲା। ସେ ମାତ୍ର ୩ ରନ୍‌ କରି ଉଇକେଟ ହରାଇଥିଲେ। ସେହିଭଳି ଦ୍ୱିତୀୟ ଇନିଂସରେ ରାଜସ୍ଥାନ ରୟାଲ୍ସର ଏକ ବୋଲର ତାଙ୍କୁ ଆଉଟ୍‌ କରିଛନ୍ତି। ବୋଲରଜଣଙ୍କ ହେଲେ ଯୁଦ୍ଧବୀର ସିଂ, ଯାହାଙ୍କ କୋଚ୍‌ ହେଉଛନ୍ତି ରାହୁଲ ଦ୍ରାବିଡ଼। ରାଜସ୍ଥାନ ଟିମ୍‌ ଆଇପିଏଲ୍‌ ଲାଗି ତାଙ୍କୁ ୩୫ ଲକ୍ଷ ଟଙ୍କାରେ କିଣିଛି।


ଅପରପକ୍ଷେ ରୋହିତ ଦ୍ୱିତୀୟ ଥର ଲାଗି ରଣଜୀ ଟ୍ରଫିରେ ଫେଲ୍‌ ହୋଇଛନ୍ତି। ଜମ୍ମୁ କଶ୍ମରର ବିପକ୍ଷ ଦ୍ୱିତୀୟ ଇନିଂସରେ ସେ ଭଲ ଖେଳିବେ ବୋଲି ଆଶା କରାଯାଉଥିଲା। ହେଲେ ତାଙ୍କ ଉଇକେଟ ଯୁଦ୍ଧବୀର ନେଇଥିଲେ। ରୋହିତଙ୍କ ବ୍ୟତିତ ଅନ୍ୟତମ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୈସଓ୍ବାଲ ରଣଜୀର ଉଭୟ ଇନିଂସରେ ଭଲ ପ୍ରଦର୍ଶନ କରିନାହାନ୍ତି। ପ୍ରଥମରେ ସେ ୪ ରନ୍‌ କରିଥିବା ବେଳେ ଦ୍ୱିତୀୟରେ ୨୬ ରନ୍‌ କରିଥିଲେ। ଯୁଦ୍ଧବୀର ୬ ଓଭରରେ ୨୧ ରନ୍‌ ଦେଇ ୨ ଉଇକେଟ ନେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma failed for the second time in the Ranji Trophy | Argus News