Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ହଠାତ୍ ଅସୁସ୍ଥ

Sports

ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ହଠାତ୍ ଅସୁସ୍ଥ

Ritu Das
Browse all articles by Ritu Das
·1 year ago
ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ହଠାତ୍ ଅସୁସ୍ଥ

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ମାସ ହେବ ବିନୋଦ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଥଣ୍ଡା ସମ୍ବନ୍ଧିତ ସମସ୍ୟା ଲାଗି ରହିଥିଲା । ଶନିବାର ତାଙ୍କ ସ୍ୱାସ୍ଥ୍ୟରେ ଅଧିକ ଅବନତି ହେବାରୁ ତାଙ୍କୁ ଥାଣେର ଆକୃତି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।


ତେବେ ସୋସିଆଲ ମିଡିଆରେ କାମ୍ବଲିଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଏଥିରେ ତାଙ୍କୁ ସଚିନଙ୍କ ସହ ଦେଖିବାକୁ ମିଳିଥିଲା । ଉଭୟ ସେମାନଙ୍କ ପିଲା ଦିନର କୋଚ ରମାକାନ୍ତ ଆଚରେକରଙ୍କ ଏକ କାର୍ଯ୍ୟକ୍ରମକୁ ଯାଇଥିଲେ ।ସେହି ଭିଡିଓରେ କାମ୍ବଲିଙ୍କ ସ୍ୱାସ୍ଥ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ବହୁତ ରୋଗିଣା ଦେଖାଯାଉଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Team India's former batsman Vinod Kambli suddenly fell ill | Argus News