ରାହୁଲ୍ ଦ୍ରାବିଡ଼ଙ୍କ ଏହି ୫ ରେକର୍ଡ ଭାଙ୍ଗିବା ମୁସ୍କିଲ୍

Key Points
ଆଜି ରାହୁଲ ଦ୍ରାବିଡ଼ଙ୍କ ୫୨ତମ ଜନ୍ମଦିନ
୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିଥିଲେ
ଭାରତୀୟ ଦଳର ମୁଖ୍ୟ କୋଚ୍ ରହିଥିଲେ ଦ୍ରାବିଡ଼
ତାଙ୍କ ନାମରେ ଟେଷ୍ଟରେ ୩୬ ଶତକ ଓ ୬୩ଟି ଅର୍ଦ୍ଧଶତକ
ଅର୍ଗସ ବ୍ୟୁରୋ: ରେକର୍ଡ ପରେ ରେକର୍ଡ । ୫୦୯ଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ, ଅନ୍ତର୍ଜାତୀୟ ମ୍ୟାଚରେ ୨୪ ହଜାର ୨୦୮ ରନ ସଂଗ୍ରହ, ଅନ୍ତର୍ଜାତୀୟ କ୍ରିକେଟରେ ୪୮ଟି ଶତକ । ଏମିତି ଅନେକ ବିରଳ ରେକର୍ଡ ହାତେଇଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ତଥା ଦଳର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ । ଆଜି ରାହୁଲ ଦ୍ରାବିଡ଼ଙ୍କ ୫୨ତମ ଜନ୍ମଦିନ ।
ଭାରତୀୟ କ୍ରିକେଟ୍ରେ ଦ ୱାଲ ନାମରେ ଜଣାଶୁଣା ରାହୁଲ ଦ୍ରାବିଡ଼ ୧୯୯୬ରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିଥିଲେ । ଆଉ ଏହା ପରେ କ୍ରିକେଟ୍ରେ କରି ଚାଲିଥିଲେ ରେକର୍ଡ ପରେ ରେକର୍ଡ । ଟେଷ୍ଟ ହେଉ କି ୱାନ ଡେ ମ୍ୟାଚ୍ ସବୁଠି ଦେଖାଉଥିଲେ ଜଲୱା ।
ସେ ଏମିତି ଜଣେ ବ୍ୟାଟସମ୍ୟାନ ଯାହାଙ୍କ ୱିକେଟ୍ ନେବାକୁ ବୋଲରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । କ୍ରିଜରେ ରନ୍ ବର୍ଷା କରୁଥିବା ଦ୍ରାବିଡ଼ ବିଶ୍ଵ କ୍ରିକେଟରେ ଅନେକ ରେକର୍ଡ କରିଛନ୍ତି ଯାହାକି ଆଜି ଯାଏଁ କେହି ଭାଙ୍ଗି ପାରି ନାହାନ୍ତି । କ୍ରିକେଟରେ ସଫଳ କ୍ୟାରିୟର ପରେ ଦ୍ରାବିଡ଼ ଭାରତୀୟ ଦଳର ମୁଖ୍ୟ କୋଚ୍ ରହିଥିଲେ । ଦ୍ରାବିଡ଼ କୋଚ୍ ଥିବା ବେଳେ ଗତବର୍ଷ ଭାରତୀୟ ଦଳ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜିତିଥିଲା । ଏହା ପରେ ହିଁ ଦଳର କୋଚ୍ ପଦ ଛାଡ଼ିଥିଲେ ରାହୁଲ ଦ୍ରାବିଡ଼ ।
📱 Get Argus News App
✨ଏହା ଛଡ଼ା ଦ୍ରାବିଡ଼ କୋଚ୍ ଥିବା ବେଳେ ଭାରତୀୟ କ୍ରିକେଟ୍ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଓ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ମଧ୍ୟ ଖେଳିଥିଲା । ଟେଷ୍ଟ ଓ ଦିନିକିଆରେ ଦ୍ରାବିଡ଼ ବିରଳ ରେକର୍ଡର ଅଧିକାରୀ । ୧୯୯୬ ଜୁନ୍ରେ ଦ୍ରାବିଡ଼ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ତାଙ୍କ ନାମରେ ଟେଷ୍ଟରେ ୩୬ ଶତକ ଓ ୬୩ଟି ଅର୍ଦ୍ଧଶତକ ରହିଛି । ଏହାଛଡ଼ା ସେ ଟେଷ୍ଟ କ୍ରିକେଟରେ ୫ଟି ଦ୍ଵିଶତକ ମାରିଛନ୍ତି ।
ଟେଷ୍ଟରେ ଦ୍ରାବିଡ଼ ପ୍ରାୟ ୩୧ ହଜାର ୨୫୮ ବଲ୍ ଖେଳିଛନ୍ତି ଯାହାକି ପ୍ରାୟ ୫୨୧୦ ଓଭର୍ । ଟେଷ୍ଟ କ୍ରିକେଟରେ ଦ୍ରାବିଡ଼ ହେଉଛନ୍ତି ସବୁଠୁ ଅଧିକ ବଲ୍ ସାମ୍ନା କରିଥିବା ବ୍ୟାଟସମ୍ୟାନ୍ । ଆଉ ଏହି ରେକର୍ଡ ଭାଙ୍ଗିବା ମୁସ୍କିଲ୍ ଅଟେ । ୱିକେଟ ରକ୍ଷକ ନଥାଇ ଜଣେ ଫିଲଡର ଭାବେ ଦ୍ରାବିଡ଼ ୨୧୦ଟି କ୍ୟାଚ୍ ନେଇଛନ୍ତି । ଏହାଛଡ଼ା ସେ ସବୁଠୁ ଅଧିକ ସମୟ କ୍ରିଜ୍ରେ ରହି ସାଥୀ ଖେଳାଳିଙ୍କୁ ସାହାସ ଦେଇଛନ୍ତି । ବ୍ୟାଟିଂ ବେଳେ ଦ୍ରାବିଡ଼ ପ୍ରାୟ ୪୪ ହଜାର ୧୫୨ ମିନିଟ୍ ବିତାଇଛନ୍ତି । ଯାହାକି କ୍ରିକେଟ୍ ଇତିହାସରେ ସଚିନ ତେନ୍ଦୁଲକରଙ୍କ ଠାରୁ ବି ଅଧିକ ।
