Videos
|
Sports

ଲୁକ୍‌ରେ ହିରୋ, କ୍ରିକେଟରେ ଷ୍ଟାର: ଭାରତର ୫ ହ୍ୟାଣ୍ଡସମ୍ କ୍ରିକେଟର

Sudeshna Mishra
Browse all articles by Sudeshna Mishra
·1 year ago·2 min read
ଲୁକ୍‌ରେ ହିରୋ, କ୍ରିକେଟରେ ଷ୍ଟାର: ଭାରତର ୫ ହ୍ୟାଣ୍ଡସମ୍ କ୍ରିକେଟର

Key Points

ଭାରତର ୫ଜଣ ସବୁଠାରୁ ହ୍ୟାଣ୍ଡସମ୍ କ୍ରିକେଟର୍—ଯାହାଙ୍କ ଉପରେ ଫିଦା ଫ୍ୟାନ୍ସ


ଅଭିନୟ ଜଗତର ଅଭିନେତାଙ୍କୁ ମଧ୍ୟ ଟକ୍କର୍ ଦେଉଛନ୍ତି ଭାରତର କିଛି କ୍ରିକେଟ ଖେଳାଳି!


ଲୁକ୍, ଷ୍ଟାଇଲ୍ ଓ ସ୍ମାର୍ଟନେସ୍‌ରେ ଏମିତି ୫ଜଣ ଭାରତୀୟ କ୍ରିକେଟର ଅଛନ୍ତି, ଯାହାଙ୍କ ଉପରେ ଲକ୍ଷେ-ଲକ୍ଷେ ହୃଦୟ ଫିଦା


ନଜର ପକାଇବା ଏହି ୫ଜଣ ସବୁଠୁ ହ୍ୟାଣ୍ଡସମ୍ କ୍ରିକେଟରଙ୍କର ତାଲିକା ଉପରେ

ଅଭିନୟ ଜଗତର ଅଭିନେତାଙ୍କୁ ମଧ୍ୟ ଟକ୍କର୍ ଦେଉଛନ୍ତି ଭାରତର କିଛି କ୍ରିକେଟ ଖେଳାଳି! ଲୁକ୍, ଷ୍ଟାଇଲ୍ ଓ ସ୍ମାର୍ଟନେସ୍‌ରେ ଏମିତି ୫ଜଣ ଭାରତୀୟ କ୍ରିକେଟର ଅଛନ୍ତି, ଯାହାଙ୍କ ଉପରେ ଲକ୍ଷେ-ଲକ୍ଷେ ହୃଦୟ ଫିଦା। ଆସନ୍ତୁ ଦେଖିବା ଏହି ୫ଜଣ ସବୁଠୁ ହ୍ୟାଣ୍ଡସମ୍ କ୍ରିକେଟରଙ୍କର ତାଲିକା!


ବିରାଟ୍ କୋହଲି

ଭାରତର ଷ୍ଟାର୍‌ ବ୍ୟାଟ୍ସ୍‌ମ୍ୟାନ୍ ବିରାଟ୍ କୋହଲିଙ୍କ ନାମ ସବୁବେଳେ ସବୁଠୁ ହ୍ୟାଣ୍ଡସମ୍ କ୍ରିକେଟର ତାଲିକାରେ ଥାଏ। ଖେଳରେ ଯେପରି ତାଙ୍କର ପ୍ରଦର୍ଶନ ଶ୍ରେଷ୍ଠ, ସେପରି ତାଙ୍କର ଟ୍ରେଣ୍ଡି ଲୁକ୍, ଫ୍ୟାସନ୍ ସେନ୍ସ ଓ ଡ୍ୟାସିଙ୍ଗ ପର୍ସୋନାଲିଟି ସହିତ ସେ ସବୁ ସମୟରେ ଖବରରେ ରୁହନ୍ତି। ତାଙ୍କ ପାଇଁ ଝିଅମାନେ ଆଉ ଅଧିକ ଦିୱାନା -ଖେଳ ରଣଭୂମିର ଶେର, ଫ୍ୟାସନ୍ ଦୁନିଆର ଷ୍ଟାର – ୟେ ହେଉଛନ୍ତି ବିରାଟ୍ କୋହଲି!

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୂଆ ଟେଷ୍ଟ କ୍ୟାପ୍ଟେନ୍ ଶୁଭମନ୍ ଗିଲ୍

ଭାରତର ନୂଆ ଟେଷ୍ଟ କ୍ୟାପ୍ଟେନ୍ ଶୁଭମନ୍ ଗିଲ୍, ଯାହାଙ୍କୁ ଫ୍ୟାନ୍‌ମାନେ "କ୍ରିକେଟ୍ ପ୍ରିନ୍ସ" ବୋଲି ମଧ୍ୟ ଡାକନ୍ତି, ଗୋଟିଏ ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ଚେହେରାର ମାଲିକ୍। ଶୁଭମନ୍ ତାଙ୍କର ଷ୍ଟାଇଲ୍, ଲୁକ୍ ଓ ଅନ୍ଦାଜ ପାଇଁ ସୋସିଆଲ୍ ମିଡିଆରେ ସେନସେସନ୍‌ ପାଲଟିଛନ୍ତି। ତାଙ୍କ ଉପରେ ଝିଅମାନେ ଜଣେ ତାରାଙ୍କୁ ଦେଖୁଥିବା ପରି ମୁଗ୍ଧ ହୋଇ ପଡ଼ନ୍ତି। ତାଙ୍କ ଚେହେରାର ଭୋଲାପଣ, ଆତ୍ମବିଶ୍ୱାସ ଓ ତାଳମେଳ ଦେଖି ଶୁଭମନ୍ ଗିଲ୍ ଆଜି ଯୁବ ପିଢ଼ିର ହୃଦୟର ସ୍ପନ୍ଦନ ବନିପାରିଛନ୍ତି।


କେଏଲ୍ ରାହୁଲ

ଭାରତର ଏକ ଅନ୍ୟ ଷ୍ଟାଇଲିସ୍ ଅଧିନାୟକ-କେଏଲ୍ ରାହୁଲ! ତାଙ୍କ ନାମ ଶୁଣିଲେ ହିଁ ଅନେକ ଝିଅଙ୍କର ହୃଦୟ ଧକ-ଧକ କରେ। ସ୍ମାର୍ଟନେସ୍, ଷ୍ଟାଇଲ୍ ଓ ସ୍ୱାଗ୍-ଏ ତିନିଟି ଶବ୍ଦ ଏବେ କେଏଲ୍ ରାହୁଲଙ୍କ ପାଇଁ ଯଥେଷ୍ଟ। ଫିଲ୍ଡ ରେ ହେଉ କି ଫ୍ୟାସନ ଶୋ ରେ...କେଏଲ୍ ରାହୁଲ ସବୁଠି ହିରୋ!"ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ଝିଅମାନଙ୍କ ମଧ୍ୟରେ ବେଶି ଦେଖିବାକୁ ମିଳେ।


ଶ୍ରେୟସ୍ ଆୟର୍

ତାଙ୍କୁ ଭାରତର ସବୁଠାରୁ ହ୍ୟାଣ୍ଡସମ୍ କ୍ରିକେଟରମାନଙ୍କ ମଧ୍ୟରୁ ଗଣାଯାଏ। କେବଳ ବ୍ୟାଟିଂ ନୁହେଁ… ଷ୍ଟାଇଲ୍ ରେ ମଧ୍ୟ ଶ୍ରେୟସ୍ ଆୟର୍ ଏକ ଅଲଗା ନାମ।ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର୍ ନିଜ ଷ୍ଟାଇଲିଶ ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ଏମିତି ଷ୍ଟାଇଲିସ୍ ଲୁକ୍, ଏମିତି କ୍ଲାସି ଫ୍ୟାଶନ୍... ଯାହାକୁ ଦେଖି ଅଭିନେତ୍ରୀମାନେ ମଧ୍ୟ ହୃଦୟ ଦେଇ ବସନ୍ତି।


ଯଶସ୍ବୀ ଜୟସ୍ୱାଲ୍

କେହି କ୍ୟୁଟ୍, କେହି ଟ୍ୟାଲେଣ୍ଟେଡ୍...କିନ୍ତୁ ଯଦି ଏହି ଦୁଇଟି ଏକାସାଙ୍ଗେ ଥାଏ, ତେବେ ସେ ହେଉଛନ୍ତି -ଯଶସ୍ବୀ ଜୟସ୍ୱାଲ୍!ଭାରତର ଓପେନିଂ ବ୍ୟାଟସମ୍ୟାନ୍ ଯଶସ୍ବୀ ଜୟସ୍ୱାଲ୍ ତାଙ୍କ ନିର୍ମଳ ଅଭିନନ୍ଦନ ଓ କ୍ୟୁଟ ଲୁକ୍‌ ପାଇଁ ସୋସିଆଲ ମିଡ଼ିଆରେ ହଟ୍ ଟପିକ୍ ହୋଇଥାନ୍ତି। ଭାରତର ଯୁବ ଓପେନର୍ ଯଶସ୍ବୀ, ମାନେ କ୍ୟୁଟନେସ୍‌ର ଏକ ଜୀବନ୍ତ ଉଦାହରଣ! ତାଙ୍କ ହସ ଓ ଷ୍ଟାଇଲ୍‌ ଦେଖି ସମସ୍ତେ ତାଙ୍କର ଫ୍ୟାନ୍ ହୋଇଯାଇଛନ୍ତି। ଝିଅମାନେ ତାଙ୍କର ଏକ ଝଲକ ପାଇଁ ଭିଡ଼ ଲଗାଉଛନ୍ତି। ଯଶସ୍ବୀ ଜୟସ୍ୱାଲ୍ --କ୍ରିକେଟ ଫିଲ୍ଡର ଯୋଦ୍ଧା, ଓ ହୃଦୟ ଜିତୁଥିବା ଏକ ଫିଲ୍ମି ହିରୋ!


why-the-fans-are-behind-this-5-most-handsome-star-cricketer | Argus News