Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୧୨ ବର୍ଷ ବୟସରେ ଗଲ୍ଫ ଫିଲଡରେ କରୁଛନ୍ତି କମାଲ

Swoyang prajna Mishra
Browse all articles by Swoyang prajna Mishra
·1 year ago
୧୨ ବର୍ଷ ବୟସରେ ଗଲ୍ଫ ଫିଲଡରେ କରୁଛନ୍ତି କମାଲ

ଅର୍ଗସ ବ୍ୟୁରୋ : ମାତ୍ର ୧୨ ବର୍ଷ ବୟସରେ ଗଲ୍ଫ ଫିଲଡରେ କରୁଛନ୍ତି କମାଲ । ଖାଲି ଦେଶ ଭିତରେ ନୁହଁ ଦେଶ ବାହାରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଭୁବନେଶ୍ୱରର ସ୍ନେହା ଶତପଥୀ । ମାତ୍ର ଛଅ ବର୍ଷ ବୟସରୁ ବାପାଙ୍କୁ ଦେଖି ଗଲ୍ଫ ଖେଳିବା ଆରମ୍ଭ କରିଥିଲେ । ସ୍ନେହା ଭୁବେନେଶ୍ୱର ଏବଂ ସିଙ୍ଗାପୁରର ବିଭିନ୍ନ ଗଲ୍ଫ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।


ଭଲ ସଫଳତା ମଧ୍ୟ ହାସଲ କରିଛନ୍ତି । ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓପନ ଗଲ୍ଫ ଚମ୍ପିୟାନସିପରେ ତାଙ୍କ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିଛନ୍ତି । ଜୁନିଅର ଖେଳାଳି ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଗକୁ ଦେଶ ପାଇଁ ଅଲମ୍ପିକ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ସେ ସ୍ନେହା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 years old girl playing golf very well | Argus News