ସ୍ମୃତିରେ ୨୦୨୪: ଦିଗଜ ଖେଳାଳିଙ୍କ ଅବସର

ଆଉ ମାତ୍ର ହାତଗଣତି କେତୋଟି ଦିନ ପରେ ବିଦାୟ ନେବ ୨୦୨୪। ଏହି ବର୍ଷ କ୍ରୀଡ଼ା ଜଗତରେ ଅନେକ ସ୍ମରଣୀୟ ସ୍ମୃତି ଛାଡ଼ିଯାଇଛି। ବିଶ୍ବସ୍ତରୀୟ ଭିତ୍ତିଭୂମି ଉପଳବ୍ଧ ଥିବାରୁ ଚଳିତବର୍ଷ ଓଡ଼ିଶାରେ ମଧ୍ୟ ଅନେକ ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ବର୍ଷ ଆରମ୍ଭରୁ ଜିମ୍ନାଷ୍ଟିକ୍ସରୁ ଏହା ଶେଷ ଭାଗରେ ବ୍ୟାଡମିଣ୍ଟନ ପର୍ଯ୍ୟନ୍ତ ଲମ୍ବିଥିଲା।
୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଲାଗିଥିଲା ଝଟକା। ଭାରତ ମାତ୍ର ୬ଟି ମେଡାଲରେ ସନ୍ତୁଷ୍ଟ ହୋଇଥିଲା। ଗୋଟିଏ ରୌପ୍ୟ ସହିତ ୫ଟି ବ୍ରୋଞ୍ଜ ପଦକ ଜିତିବାରେ ଭାରତ ସକ୍ଷମ ହୋଇଥିଲା। ଅନେକ ଆଶା ଥିଲା ଭୀନେଶ ଆଣିବେ ସ୍ବର୍ଣ୍ଣ ପଦକ। କିନ୍ତୁ ଭୀନେଶ ଶେଷ ମୁହୂର୍ତ୍ତରେ disqualifie ହୋଇଥିଲେ। ଆଶା ଥିଲା ଯେ, ନୀରଜଙ୍କ ଜାଭେଲିନ କଥା କହିବ ଏବଂ ଭାରତ ସ୍ବର୍ଣ୍ଣ ଜିତିବ କିନ୍ତୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଲା ନୀରଜଙ୍କୁ।
ହକିରେ ଭାରତୀୟ ପୁରୁଷ ଦଳ ବ୍ରୋଞ୍ଜ ଦେବାକୁ ସକ୍ଷମ ହୋଇଥିଲା। କିନ୍ତୁ ଭାରତକୁ ପ୍ରଥମ ପଦକ ଆସିଥିଲା ମନୁ ଭାକରଙ୍କ ସୁଟିଂରୁ। ୧୦ ମିଟର ଏୟାର ପିସ୍ତଲରେ ମନୁ ଜିତିଥିଲେ ବ୍ରୋଞ୍ଜ। ଭାରତକୁ ଦ୍ବିତୀୟ ପଦକ ମଧ୍ୟ ମନୁ ଭାକର ଏବଂ ସରବଜିତ ସିଂ ଦେଇଥିଲେ। ତାହା ମଧ୍ୟ ବ୍ରୋଞ୍ଜ ଥିଲା ୧୦ ମିଟର ଏୟାର ପିସ୍ତଲ ମିକ୍ସଡରେ। ତୃତୀୟ ପଦକ ମଧ୍ୟ ସ୍ବପ୍ନିଲ କୁଶାଲ ଦେଇଥିଲେ। ତାହା ମଧ୍ୟ ବ୍ରୋଞ୍ଜ ଥିଲେ। ଭାରତର ସବୁଠୁ ଶକ୍ତିଶାଳୀ ବିଭାଗ ହେଉଛି ରେସଲିଂ। ଯେଉଁଥିରେ ଅଲିମ୍ପିକ୍ସରେ ଭାରତକୁ ମିଳିଥିଲା କେବଳ ଗୋଟିଏ ପଦକ। ତାହା ମଧ୍ୟ ବ୍ରୋଞ୍ଜ ଥିଲା। ଯାହାକୁ ଆଣିଦେଇଥିଲେ ଅମନ ଶେରାଓ୍ବତ। ଶେଷରେ ଭାରତର ଏକମାତ୍ର ସ୍ବର୍ଣ୍ଣ ପଦକର ଆଶା ଯାହା ଦୀନେଶ ଫୋଗଟଙ୍କ ପାଖରୁ ଆଶା କରାଯାଉଥିଲା ତାହା ମଧ୍ୟ ମଉଳିଗଲା। ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ପ୍ରତିଯୋଗିତାରୁ ବାହାର କରାଯାଇଥିଲା।
କଭି ଖୁସି, କଭି ଗମ
କେବେ ଦୁଃଖ ତ କେବେ ସୁଖ। ଏବର୍ଷ ଭାରତୀୟ କ୍ରୀଡ଼ା ଜଗତରେ ମଧ୍ୟ ରହିଛି ମିଠା ଖବର। କ୍ରିକେଟ ଭାରତୀୟଙ୍କ ଜାନ ଆଉ ରୋହିତ ବାହିନୀ ଭାରତକୁ ଦୀର୍ଘ ୧୭ ବର୍ଷ ପରେ ଭେଟି ଦେଇଛନ୍ତି ଦ୍ବିତୀୟ ଟି-୨୦ ଓ୍ବାର୍ଲ୍ଡ କପ। ଏବେବି ଆଖି ସାମ୍ନାରେ ନାଚି ଉଠେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରର ବଲ ଗୁଡ଼ିକ ଆଉ ଡେଭିଡ ମିଲରଙ୍କର ସେଇ ବିଶାଳ କ୍ୟାଚ ଯାହା ଶେଷ ମୁହୂର୍ତ୍ତରେ ସୁର୍ଯ୍ୟ କୁମାର ଯାଦବଙ୍କ ପାଇଁ ଧରାପଡ଼ିଥିଲା। ଆଉ ଏବେବି ଚର୍ଚ୍ଚା ହୁଏ ସୂର୍ଯ୍ୟଙ୍କର ସେହି ଅଦ୍ଭୁତ କ୍ୟାଚ। ଯାହା ସାଉଥଆଫ୍ରିକାର ସ୍ବପ୍ନକୁ ମାଟିରେ ମିଶାଇଦେଇଥିଲା ଆଉ ଭାରତ ଦ୍ବିତୀୟ ଥର ପାଇଁ ଟି-୨୦ ବିଶ୍ବକପ ଜିତିଯାଇଥିଲା।
ବାର୍ବାଡସରେ ଫାଇନାଲରେ ଭାରତର ପତାକା ଲହରାଇବା ପରେ ବିରାଟ ଓ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ସନ୍ୟାସ ଘୋଷଣା କରିଦେଲେ । ଏହା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଗଭୀର ଆଘାତ ଦେଇଥିଲା । ତା ପର ଦିନ ଜାଡେଜା ମଧ୍ୟ ସନ୍ନ୍ୟାସ ଘୋଷଣା କରିଦେଲେ ଟି-୨୦ ଇଣ୍ଟରନାସନାଲ ଖେଳରୁ । ଏହା ପରେ ୱାର୍ଲଡ କପ ଜିତିବାର ଖୁସି ଯେମିତି କ୍ରିକେଟ ପ୍ରେମୀଙ୍କ ହୃଦୟକୁ ଦୁଃଖରେ ଭରିଦେଇଥିଲା।
📱 Get Argus News App
✨ସେତିକିରେ ସରିଲାନି ସନ୍ୟାସ ଘୋଷଣାର ପର୍ବ । ଅଗଷ୍ଟ ୨୪ରେ ଷ୍ଟାର ଓପନର ଶିଖର ଧଓ୍ବନ ଇଣ୍ଟରନ୍ୟାସନାଲ ଓ ଘରୋଇ କ୍ରିକେଟରୁ ନିଜର ଅବସର ଘୋଷଣା କରିଦେଲେ । ଏହା ପରେ ନଭେମ୍ବର ମାସରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ସାହ ମଧ୍ୟ କ୍ରିକେଟକୁ ଅଲବିଦା କରିଦେଲେ।
ସେହିପରି ବର୍ଷ ଶେଷରେ ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ମଝିରେ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଥିଲେ ଭାରତୀୟ ଦଳର ତାରକା ସ୍ବିନର ରବିଚନ୍ଦ୍ରନ ଅଶ୍ବିନ।
କିନ୍ତୁ ଏହାଭିତରେ କ୍ରିକେଟ ବୋର୍ଡରେ ଏକ ଭଲ ଖବର ମଧ୍ୟ ଶୁଣିବାକୁ ମିଳିଥିଲା। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଇସିସିର ଚେୟାରମ୍ୟାନ୍ ଭାବେ ଡିସେମ୍ବର ୧ରେ ଜୟ ଶାହାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା। ଯାହାର ଶ୍ରେୟ ଶାହା ଦେଶବାସୀଙ୍କୁ ଦେଇଥିଲେ।
ଭିନେଶ ଫୋଗଟ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ହରାଇଥିବା ଭିନେଶ ଫୋଗଟ ଅଯୋଗ୍ୟ ହେବାର ଗୋଟିଏ ଦିନ ପରେ ଖେଳରୁ ଅବସର ଘୋଷଣା କରିଥିଲେ। ଭାରତୀୟ କୁସ୍ତିଯୋଦ୍ଧା ୩ ପୃଷ୍ଠାର ଚିଠି ଶେୟାର କରି ନିଜର ମତ ରଖିଥିଲେ। ଫୋଗଟ କହିଛନ୍ତି ଯେ ପ୍ୟାରିସ ଅଲିମ୍ପିକ୍ସ ପରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା, ତେବେ ମୁଁ କୁସ୍ତିକୁ ବିଦାୟ ଦେଇ ନ ଥା’ନ୍ତି, ବରଂ ୨୦୩୨ ପର୍ଯ୍ୟନ୍ତ କୁସ୍ତି ଜାରି ରଖିଥା’ନ୍ତି। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, କୁସ୍ତିକୁ ବିଦାୟ ଦେବାକୁ ପଡିଲା। ଭିନେଶ ଫୋଗଟ ୫୦ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ପ୍ରବେଶ କରିଥିଲେ, ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେତୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଅବଶ୍ୟ, ଏହା ପରେ ଭିନେଶ କ୍ରୀଡ଼ା ପାଇଁ ଆର୍ବିଟ୍ରେଶନ କୋର୍ଟରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ମଧ୍ୟ ନିରାଶ ହୋଇଥିଲେ।