Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦୨୫: ICC ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ୪ ସ୍ପିନରଙ୍କୁ ସୁଯୋଗ ଦେବ ଭାରତ!

Sports

୨୦୨୫: ICC ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ୪ ସ୍ପିନରଙ୍କୁ ସୁଯୋଗ ଦେବ ଭାରତ!

Ritu Das
Browse all articles by Ritu Das
·1 year ago·1 min read
୨୦୨୫: ICC ଚାମ୍ପିଅନ୍ସ ଟ୍ରଫି: ଅଷ୍ଟ୍ରେଲିଆ ବିପକ୍ଷରେ ୪ ସ୍ପିନରଙ୍କୁ ସୁଯୋଗ ଦେବ ଭାରତ!

୨୦୨୫ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯିବ। ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି। ସମସ୍ତେ ବର୍ତ୍ତମାନ ଚିନ୍ତିତ। କଣ ହେବ ଆଜିର ମ୍ୟାଚ। ଏହି ମ୍ୟାଚ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏବେ ଟିମ ଇଣ୍ଡିଆ କଙ୍ଗାରୁ ଦଳଠାରୁ ଏକ କଠିନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଆଜିର ଏହି ବଡ଼ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪ ସ୍ପିନର ଖେଳେଇବ। ରୋହିତ ଶର୍ମା ପ୍ରେସ କନଫରେନ୍ସରେ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ଟିମ ନିକଟରେ ହୋଇଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା।


ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମର ପ୍ଲେଇଙ୍ଗ ୧୧ରେ ଚାରି ଜଣ ସ୍ପିନରଙ୍କୁ ଖେଳିବାପାଇଁ ଚାନ୍ସ ଦେଇଥିଲେ। ତେବେ ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଥରେ ୪ଜଣ ସ୍ପିନରଙ୍କୁ ଖେଳିବାପାଇଁ ନିଷ୍ପତ୍ତି ନେଇପାରନ୍ତି। ତେବେ ଅଷ୍ଟ୍ରେଲିଆ ଟିମ ହେଉଛି ସବୁଠୁ ଶକ୍ତିଶାଳୀ। ଆମେ ତାଙ୍କ ଖେଳାଳିଙ୍କୁ ନିକଟରୁ ଜାଣିଛୁ। ଯାହା ଦଳ ପାଇଁ ଭଲ ହେବ ତାହାକୁ ନେଇ ହିଁ ନିଷ୍ପତ୍ତି ନିଆଯିବ। ଦଳରେ ହର୍ଷିତ ରାଣା ନିଜକୁ ପ୍ରମାଣିତ କରିସାରିଛନ୍ତି। ଦଳର ସବୁ ଖେଳାଳି ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିସାରିଛନ୍ତି। ଆଜିର ମ୍ୟାଚ ପାଇଁ ଆମେ ବହୁତ ପରିଶ୍ରମ କରିଛୁ। ବାକି ଦେଖାଯାଉ କଣ ହେଉଛି ବୋଲି ବଡ଼ ବୟାନ ଦେଲେ ରୋହିତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2025: ICC Champions Trophy: India to give 4 spinners a chance against Australia! | Argus News