ମହମ୍ମଦ ସାମିଙ୍କ ସମେତ ୨୬ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର
·2 years ago

ଅର୍ଗସ ବ୍ୟୁରୋ: ବର୍ଷ ୨୦୨୩ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ଦମଦାର ପ୍ରଦର୍ଶନ କରିଥିବା ବ୍ୟାଡମିଣ୍ଟନ ପୁରୁଷ ଯୁଗଳ ତାରକା ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟୀଙ୍କୁ ଏହି ବଡ ପୁରସ୍କାର ମିଳିବାକୁ ଯାଉଛି । ସେହିପରି କ୍ରିକେଟ ଖେଳାଳି ମହମ୍ମଦ ସାମିଙ୍କୁ ‘ଅର୍ଜୁନ ପୁରସ୍କାର’ ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି।
ଚଳିତ ବର୍ଷ ବ୍ୟାଡମିଣ୍ଟନ୍ କ୍ଷେତ୍ରରେ ଭାରତର ପତାକା ଜିତିଛନ୍ତି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ। ହାଙ୍ଗଜୋରେ ଖେଳାଯାଇଥିବା ଏସୀୟ କ୍ରୀଡ଼ାରେ ଏହି ଯୋଡ଼ି ଭାରତକୁ ଐତିହାସିକ ବିଜୟ ଦେଇଥିଲେ। ଅନ୍ୟପକ୍ଷରେ ମହମ୍ମଦ ସାମି ୨୦୨୩ ବିଶ୍ୱକପ୍ ରେ ଧମାକାଦାର ପ୍ରଦର୍ଶନ କରିଥିଲେ। ଚଳିତ ବିଶ୍ବକପରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: