Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଚେନ୍ନାଇରେ ପ୍ରଥମ ଥର ପାଇଁ ଟି-ଟ୍ଵେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଚେନ୍ନାଇରେ ପ୍ରଥମ ଥର ପାଇଁ ଟି-ଟ୍ଵେଣ୍ଟିରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଅର୍ଗସ ବ୍ୟୁରୋ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ଵେଣ୍ଟି ସିରିଜର ଦ୍ଵିତୀୟ ମ୍ୟାଚ୍ ଆଜି ଖେଳାଯିବ । ଚେନ୍ନାଇର ଏମ୍ଏ ଚିଦମ୍ବରମ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍ । ପ୍ରଥମ ଟି-ଟ୍ଵେଣ୍ଟି ଜିତି ଭାରତ ୧-୦ରେ ଆଗୁଆ ରହିଛି । ଜାନୁଆରୀ ୨୨ରେ କୋଲକାତାରେ ଖେଳା ଯାଇଥିବା ମ୍ୟାଚକୁ ୭ ୱିକେଟ୍‌ରେ ଜିତି ନେଇଥିଲା ଭାରତ । ଆଜି ଚେନ୍ନାଇରେ୨ ଟିମ୍ ପ୍ରଥମଥର ପାଇଁ ଟି-ଟ୍ଵେଣ୍ଟିରେ ମୁହାଁମୁହିଁ ହେବେ ।


ଚେନ୍ନାଇର ପିଚ୍ ବୋଲରଙ୍କ ପାଇଁ ଉତ୍ତମ । ଏଭଳି ସ୍ଥିତିରେ ଭାରତ ପୂର୍ବ ଭଳି ୩ ସ୍ପିନରଙ୍କୁ ନେଇ ଖେଳିବା ସମ୍ଭାବନା ରହୁଛି । ମହମ୍ମଦ ସାମି ଖେଳିବା ଆଶା ବହୁତ କମ ରହିଥିବା ବେଳେ ଅର୍ଶଦୀପ ସିଂହଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦ୍ଵିତୀୟ ପେସ୍ ବୋଲର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ପାରନ୍ତି । ଆବଶ୍ୟକ ସ୍ଥଳେ ନୀତିଶ ରେଡ୍ଡୀଙ୍କୁ ପେସ୍ ବିକଳ୍ପ ଭାବେ ବ୍ୟବହାର କରି ପାରିବେ ସୂର୍ଯ୍ୟ କୁମାର । ତେବେ ଦ୍ଵିତୀୟ ଟି-ଟ୍ଵେଣ୍ଟି ପୂର୍ବରୁ ଓପନର ଅଭିଷେକ ଶର୍ମା ଆହତ ହୋଇଛନ୍ତି । ତାଙ୍କ ଖେଳିବା ସମ୍ଭାବନା ବହୁତ କମ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ-ଇଂଲଣ୍ଡ ମଧ୍ୟରେ ମୋଟ ୨୫ଟି ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳା ଯାଇଛି । ଯେଉଁଥିରୁ ଭାରତ ୧୪ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ଜିତିଛି ୧୧ଟି ମ୍ୟାଚ୍ । ଭାରତରେ ୨ ଦଳ ୧୨ଟି ମୁକାବିଲା ଖେଳିଥିବା ବେଳେ ଘରୋଇ ଜଳ ୭ଟି ଓ ଭ୍ରମଣକାରୀ ଇଂଲଣ୍ଡ ୫ଟି ମ୍ୟାଚ୍ ଜିତିଛି । ଟି-ଟ୍ଵେଣ୍ଟି ଫର୍ମାଟରେ ଇଂଲଣ୍ଡ, ଭାରତରେ ଶେଷ ସିରିଜ୍ ୧୪ ବର୍ଷ ତଳେ ୨୦୧୧ରେ ଜିତିଥିଲା । ଏହା ପରେ ୩ଟି ସିରିଜ୍ ଖେଳା ଯାଇଥିବା ବେଳେ ଭାରତ ୨ଟି ଜିତିଥିବା ବେଳେ ଗୋଟିଏ ଡ୍ର ରହିଥିଲା ।


ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଟି-ଟ୍ଵେଣ୍ଟିରେ ଟପ୍ ସ୍କୋରର ହେଉଛନ୍ତି ସୂର୍ଯ୍ୟ କୁମାର । ସେ ୭୯ଟି ମ୍ୟାଚରେ ୨୫୭୦ ରନ୍ ସ୍କୋର କରିଛନ୍ତି ।

Sponsored
2nd T20 Between England India In Chennai | Argus News