Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨ୟ ଟି୨୦ : ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

Sports

୨ୟ ଟି୨୦ : ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

Ritu Das
Browse all articles by Ritu Das
·2 years ago·1 min read
୨ୟ ଟି୨୦ : ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଲା ଭାରତ

ଅର୍ଗସ ବ୍ୟୁରୋ: ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ୨ୟ ଟି-୨୦ରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରିଛି ଭାରତ। ମ୍ୟାଚ ସତରେ ଖୁବ ଏକ୍ସାଇଟିଂ ଥିଲା।  ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୬୮ ରନ କରିଥିବାବେଳେ ଶିବମ ଦୁବେ ୬୩ରନ କରିଥିଲେ । ବିରାଟ କୋହଲି ୨୯ ରନ କରିଥିଲେ। ଏହି ବିଜୟ ସହ ଭାରତ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ବି ପରେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲା । କିନ୍ତୁ ଗୁଲବଦିନ ନଇବ ଵଢୁଆ ବ୍ୟାଟିଂ କରି ସର୍ବାଧିକ ୫୭ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନଜିବୁଲ୍ଲା ଜଦରାନ ୨୩ ରନ କରିଥିବାବେଳେ କରିମ ଜନତ୍ ୨୦ ରନ କରିଥିଲେ । ସେହିପରି ମୁଜିବୁର ରେହମାନ ୨୧ ରନ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୧ ରନ କରିପାରିଥିଲା। ମ୍ୟାଚର ଶେଷ ବଲରେ ଫଜଲାହକ୍ ଫାରୁକି ରନ ଆଉଟ୍ ହୋଇଥିଲେ ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଗତ ୧୧ ତାରିଖରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
2nd T20 | Argus News