ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-୨୦,ଦିଲ୍ଲୀରେ ନୀତିଶ-ରିଙ୍କୁଙ୍କ ବିସ୍ଫୋରକ ଅର୍ଦ୍ଧଶତକ,ସିରିଜ୍ ଜିତିଲା ଭାରତ

ଅର୍ଗସ ବ୍ୟୁରୋ:ସିରିଜ୍ ଜିତିଲା ଭାରତ,ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-୨୦ରେ ନୀତୀଶ କୁମାର ଓ ରିଙ୍କୁ ସିଂହଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ୮୬ ରନରେ ହରାଇଛି ଟିମ୍ ଇଣ୍ଡିଆ। ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ୩୪ ବଲରେ ୭୪ ରନ କରିଥିବାବେଳେ ବୋଲିଂରେ ୪ ଓଭର ପକାଇ ୨୩ ରନ ଦେବା ସହ ୨ଟି ୱିକେଟ ନେଇଛନ୍ତି। ନୀତୀଶ କୁମାର ୭୪,ରିଙ୍କୁ ସିଂ ୨୯ ବଲରେ ୫୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୩୨ ରନ କରିଥିଲେ। ବାଂଲାଦେଶ ପକ୍ଷରୁ ମହମ୍ମଦୁଲ୍ଲା ସର୍ବାଧିକ ୪୧ ରନ୍ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ,ବରୁଣ ଚକ୍ରବର୍ତ୍ତୀ, ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଅଭିଷେକ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରି ଭାରତୀୟ ଟିମ୍। ପ୍ରଥମେ ଭାରତ ୨୨୨ ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ୍ ୯ ୱିକେଟରେ କେବଳ ୧୩୫ ରନରେ ଅଟକି ଯାଇଛି। ୮୬ ରନରେ ଦ୍ୱିତୀୟକୁ ଟି-୨୦ ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିନେଇଛି। ଶେଷ ମ୍ୟାଚ୍ ଆସନ୍ତା ୧୨ ତାରିଖରେ ଖେଳାଯିବ