Jasprit Bumrah / ଖେଳା ଯାଉଛି ୩ୟ ଟି-୨୦ ମ୍ୟାଚ୍, ଘରକୁ ଫେରିଗଲେ ବୁମରା...
·7 months ago·2 min read

Key Points
ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ
କାରଣ ନଜାଣି ଚିନ୍ତାରେ ଫ୍ୟାନ୍ସ
କାରଣ ନଜାଣି ଚିନ୍ତାରେ ଫ୍ୟାନ୍ସ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଖେଳା ଯାଉଛି ୩ୟ ଟି-୨୦ ମ୍ୟାଚ୍। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ସ୍ଥିତିରେ ରହିଛି । ଏହି ମୁକାବିଲା ଦୁଇ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିଥିବା ବେଳେ ବ୍ୟାଟିଂ କରିଛି ଭ୍ରମଣକାରୀ ଦଳ ଦକ୍ଷିଣ ଆଫ୍ରିକା । ଶେଷ ବଲ୍ରେ ଦକ୍ଷିଣ ଆଫ୍ରିକା ଅଲଆଉଟ୍ ହୋଇ ୧୧୭ ରନ୍ କରିଛି । ଭାରତ ଆଗରେ ରହିଛି ୧୧୮ ରନ୍ର ବିଜୟ ଲକ୍ଷ୍ୟ । କିନ୍ତୁ ଏହା ଭିତରେ ଆଉ ଏକ ଖବର ଚର୍ଚ୍ଚାର ବିଷୟ ପାଲଟିଛି। ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।
ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ଥିବାବେଳେ ବୁମରାହଙ୍କ ଅନୁପସ୍ଥିତି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କ୍ରିକେଟର ତିନୋଟି ଯାକ ଫର୍ମାଟ୍ରେ ୧୦୦ ଅନ୍ତର୍ଜାତୀୟ ୱିକେଟ୍ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଥିବା ବୁମରାହଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚ୍ ଖେଳୁଛି। ଟସ୍ ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସୂଚନା ଦେଇଥିଲେ ଯେ ବ୍ୟକ୍ତିଗତ କାରଣରୁ ବୁମରାହ ଘରକୁ ଫେରିଯାଇଛନ୍ତି। କିନ୍ତୁ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ପରେ BCCI ଏହାକୁ ନିଶ୍ଚିତ କରିଛି ଏବଂ ସିରିଜର ଅବଶିଷ୍ଟ ମ୍ୟାଚ୍ରେ ତାଙ୍କର ଅଂଶଗ୍ରହଣ ସମ୍ପର୍କରେ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି କହିଛି। ଅଲରାଉଣ୍ଡର ଅକ୍ଷର ପଟେଲ ଅସୁସ୍ଥତା କାରଣରୁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ବୁମରାହଙ୍କ ସ୍ଥାନରେ ହର୍ଷିତ ରାଣା ଏବଂ ଅକ୍ଷରଙ୍କ ସ୍ଥାନରେ ସ୍ପିନର କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।
ଏଥିସହ ପଢ଼ନ୍ତୁ: କେତେ ସମ୍ପତ୍ତିର ମାଲିକ ମେସି ? ଫୁଟବଲ ବ୍ୟତୀତ କେଉଁଠୁ ଆସେ ଟଙ୍କା...
ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ଅକ୍ଷର ପଟେଲ୍ ଓ ଯଶପ୍ରୀତ ବୁମରାଙ୍କ ସ୍ଥାନରେ ହର୍ଷିତ ରାଣା ଓ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଛି। ପୁଣି ଥରେ ସଞ୍ଜୁ ସାମସନଙ୍କୁ ନିରାଶ ହେବାକୁ ପଡ଼ିଛି। ସେପଟେ ଦକ୍ଷିଣ ଆଫ୍ରିକା ଇନିଂସ ଆରମ୍ଭରୁ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ କାକର ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରଥମ ଓଭରରେ ଶୂନ ରନ୍ରେ ଆଉଟ୍ ହୋଇଥିଲେ ରିଜା ହେଣ୍ଡ୍ରିକ୍ସ । ଏହାପରେ ୧.୨ ଓଭରରେ ଦଳୀୟ ସ୍କୋର୍ ୨ ରନ୍ରେ ପ୍ୟାଭିଲିୟନ୍ ଫେରିଥିଲେ ଓପନର୍ କ୍ଵିଣ୍ଟନ ଡି କକ୍ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ହାତେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories